ଆତଙ୍କବାଦୀମାନେ ଅପହରଣ କରି ନେଉଥିବା ଦେଖି ପୁଅ ବାପା ଓ ମା’ଙ୍କୁ ପଠାଇଥିଲା ଏଭଳି ଭାବବି‌ହ୍ବୋଳ ମେସେଜ

Advertisment
ଆତଙ୍କବାଦୀମାନେ ଅପହରଣ କରି ନେଉଥିବା ଦେଖି ପୁଅ ବାପା ଓ ମା’ଙ୍କୁ ପଠାଇଥିଲା ଏଭଳି ଭାବବି‌ହ୍ବୋଳ ମେସେଜ

ଜେରୁଜେଲମ୍‌: ‘ଗାଜା ଷ୍ଟ୍ରିପ୍‌’ ନିକଟରେ ଆୟୋଜିତ ସାରା ରାତି ‘ନେଚର୍‌ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌’ସ୍ଥଳରୁ ପାରାମେଡିକ୍‌ମାନେ ପ୍ରାୟ ୨୬୦ଟି ଶବ ଉଦ୍ଧାର କରିଥିବା କଥା ଇସ୍ରାଏଲୀୟ ଉଦ୍ଧାରକାରୀ ସେବା ‘ଜାକା’ କହିଛି।

‘ନେଚର୍‌ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌’ରେ ଯୋଗ ଦେଇଥିବା ହଜାର ହଜାର ଜନତାଙ୍କ ଉପରେ ପାଲେଷ୍ଟାଇନ୍‌ସ୍ଥିତ ହମାସ୍‌ ଆତଙ୍କବାଦୀମାନେ ଶନିବାର ପାହାନ୍ତା ସମୟରେ ଆକ୍ରମଣ କରିଥିଲେ।

ହମାସ୍‌ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ରେବ ପାର୍ଟିରେ ଯୋଗ ଦେଇଥିବା ହର୍ଷ ଗୋଲର୍ଗ-ପୋଲିନ ନାମକ ୨୩ବର୍ଷୀୟ ଆମେରିକୀୟ ଓ ଇସ୍ରାଏଲ ଯୁବକଙ୍କ ସହିତ ଯୋଗାଯୋଗ ହୋଇ ପାରୁ ନାହିଁ। ଯୋଗାଯୋଗ ବିଚ୍ଛିନ୍ନ ହେବାପୂର୍ବରୁ ପୁଅ ବାପା ଓ ମା’ଙ୍କ ପାଖକୁ ଏକ ଭବବିହ୍ବୋଳ ମେସେଜ ପଠାଇଥିଲା। ଯେଉଁଥିରେ ପୁଅ ହର୍ଷ ଲେଖିଥିଲେ, ‘ବାପା ଓ ମା’, ମୁଁ ତୁମ ଦୁହିଁଙ୍କୁ ଖୁବ ଭଲପାଏ। କିନ୍ତୁ ମୋତେ କ୍ଷମା କରିଦେବ।’

ଆତଙ୍କବାଦୀମାନେ ରେବ ପାର୍ଟି ଉପରେ ଆକ୍ରମଣ କରିଲୋକଙ୍କୁ ଅପହରଣ କରି ନେଉଥିବା ଦେଖିବା ପରେ ହର୍ଷ ବାପା ଓ ମା’ଙ୍କୁ ଏହି ଭାବବିହ୍ବୋଳ ପୋଷ୍ଟ ସେୟାର କରିଥିଲେ।

ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଆକ୍ରମଣକାରୀ ପାର୍ଟିରେ ପ୍ରବେଶ କରି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଅପହରଣ କରି ନେଇଯାଉଛନ୍ତି।

ପୁଅ ସହ ଯୋଗାଯୋଗ ବିଚ୍ଛନ ହେବା ପରେ ହର୍ଷଙ୍କ ବାପା ଜୋନାଥନ ପୋଲିନ ଗଣମାଧ୍ୟମ ଆଉଟଲେଟକୁ ଜଣାଇ କହିଛନ୍ତି କି, ‘ମୁଁ ପୁଅକୁ ଘରେ ଓ ସୁରକ୍ଷିତ ଚାହେଁ। କାରଣ ପୁଅଠାରୁ ପାଇଥିବା ଭାବବି‌ହ୍ବୋଳ ମ‌େସେଜ ପ‌ରେ ମୁଁ ଧୌର୍ଯ୍ୟ ଧରି ରହି ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe