ହମାସ୍‌କୁ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ‌ଲ‌ଢ଼େଇରେ କୌଣସି ସୀମା ରହିବନି

Advertisment

ଗ୍ରାଉଣ୍ଡ୍‌ ଅପରେସନ ଆରମ୍ଭ, ହମାସ୍‌ ପୋଷ୍ଟ୍‌ ଉପରେ ସ୍ଥଳସେନାର ପ୍ରଚଣ୍ଡ ଆକ୍ରମଣ

ଗ୍ରାଉଣ୍ଡ୍‌ ଅପରେସନ ଆରମ୍ଭ, ହମାସ୍‌ ପୋଷ୍ଟ୍‌ ଉପରେ ସ୍ଥଳସେନାର ପ୍ରଚଣ୍ଡ ଆକ୍ରମଣ

ହମାସ୍‌କୁ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ‌ଲ‌ଢ଼େଇରେ କୌଣସି ସୀମା ରହିବନି

ତେଲ୍‌ ଅଭିଭ୍‌: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ସେନା ବିଶାଳ ସ୍ଥଳ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ନାଗରିକଙ୍କୁ ଗାଜା ଷ୍ଟ୍ରିପ୍‌ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା ଆଜି ଗାଜାରେ ଅନେକ ହମାସ୍‌ ପୋଷ୍ଟ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଇଛି। ସ୍ଥଳ କ୍ଷେତ୍ରରେ ଲଢ଼େଇ ଆରମ୍ଭ ହେବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ହମାସ୍‌କୁ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି, ଏବେ ପାଲଟା ଜବାବ ଦେବା ଆରମ୍ଭ ହେଲା। ଆମର ଶତ୍ରୁମାନେ ଏବେ ମୂଲ୍ୟ ଦେବା ଆରମ୍ଭ କଲେ। ଆଗକୁ କ'ଣ ହେବ ମୁଁ କହିପାରୁନି। କିନ୍ତୁ ମୁଁ ଗୋଟିଏ କଥା କହିବି ଯେ ଏହା ଆରମ୍ଭ ମାତ୍ର। ନେତାନ୍ୟାହୁ କହିଛନ୍ତି, ଆମେ କେବେ ବି କ୍ଷମା କରିବୁନି। ଶତ୍ରୁଙ୍କ ସହ ଲଢ଼େଇର କୌଣସି ସୀମା ରହିବନି । ଇସ୍ରାଏଲର ଶତ୍ରୁମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହେଲା ବୋଲି ନେତାନ୍ୟାହୁ କହିଛନ୍ତି।

ଇସ୍ରା‌ଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଗତ ୨୪ ଘଣ୍ଟା ମଧ୍ୟ‌ରେ ଗାଜାରେ ହମାସ୍‌ ପୋଷ୍ଟ୍‌କୁ ଟା‌ର୍ଗେଟ୍‌ କରି ଚଢ଼ଉ ଆରମ୍ଭ କରିଛି। ହମାସ୍‌ ଆତଙ୍କବାଦୀଙ୍କୁ ନିପାତ ସହ ପଣବନ୍ଦୀ ଥିବା ନାଗରିକଙ୍କୁ ଚିହ୍ନଟ କରିବାପାଇଁ ଏହି ଚଢ଼ଉ ଆରମ୍ଭ ହୋଇଛି। ଆଇଡିଏଫ୍‌ ପକ୍ଷରୁ ଚଢ଼ଉର ଏକ ଭିଡିଓ ‌ଏକ୍ସରେ ସେୟାର କରାଯାଇଛି। ହମାସ୍‌ ଦ୍ବାରା ପ୍ରଥମେ ଇସ୍ରାଏଲକୁ ରକେଟ୍‌ ମାଡ଼ ହେବାପରେ ଇସ୍ରାଏଲ ସେନା ଏହି ଚଢ଼ଉ ଆରମ୍ଭ କରିଛି। ହମାସ୍‌ର ଭିତ୍ତିଭୂମି ଏବଂ ରକେଟ୍‌ ସାଇଟ୍‌କୁ ଧ୍ବଂସ କରିବାପାଇଁ ଆଇଡିଏଫ୍‌ ଏହି ଚଢ଼ଉ ଆରମ୍ଭ କରିଛି। ଇସ୍ରାଏଲୀ ସୈନିକମାନେ ପ୍ରମାଣ ସଂଗ୍ରହ କରୁଛନ୍ତି, ଯାହା ପଣବନ୍ଦୀ ଥିବା ଲୋକଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଇତିମଧ୍ୟ‌ରେ ଲକ୍ଷାଧିକ ନାଗରିକ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ଆଡ଼କୁ ଯାଉଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୪ ହଜାର ‌ଲୋକଙ୍କ ମୃତ୍ୟୁ ହେଲାଣି। କେବଳ ଇସ୍ରାଏଲରେ ୧୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜାରେ ୨୦୦୦ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଇସ୍ରା‌ଏଲ-ଗାଜା ସୀମାରେ ୧୫୦୦ରୁ ଅଧିକ ହମାସ୍‌ ଆତଙ୍କବାଦୀଙ୍କ ଶବ ମିଳିଥିବା ଇସ୍ରାଏଲ ସେନା ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe