ଯୁଦ୍ଧବିରତି ଆଲୋଚନାରୁ ଓହରିଲା ଇସ୍ରାଏଲ: ଦିନକରେ ୧୭୮ ନିହତ

Advertisment
ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟାଇନ୍‌ର ୯ ଶିଶୁଙ୍କ ସହ ୧୪ ମୃତ

Image Courtesy of The New Arab

ଟେଲ୍‌ ଅଭିଭ: ଇସ୍ରାଏଲ ଓ ହମାସ ମଧ୍ୟରେ ଏକ ସପ୍ତାହ ଧରି ଚାଲିଥିବା ଅସ୍ତ୍ରବିରତି ଶେଷ ହେବା ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ତୀବ୍ର ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ କତର ଯୁଦ୍ଧବିରତି ଚୁକ୍ତିର ନବୀକରଣ କରିବାକୁ ଚଳାଇଥିବା ପ୍ରୟାସକୁ ବଡ଼ ଝଟ୍‌କା ଲାଗିଛି। ଇସ୍ରାଏଲ ଆଜି ଯୁଦ୍ଧବିରତି ଆଲୋଚନାରୁ ଓହରି ଆସିଛି ଏବଂ କତରରୁ ଏହାର ପ୍ରତିନିଧି ଦଳ ଫେରିଆସିଛନ୍ତି। ହମାସ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରି ଇସ୍ରାଏଲ ଶନିବାର ସକାଳେ ଗାଜାପଟିରେ ପ୍ରଚଣ୍ଡ ଆକ୍ରମଣ କରି ଶତାଧିକ କୋଠା ମାଟିରେ ମିଶାଇ ଦେଇଛି। ଆଜି ଦିନକରେ ଗାଜାରେ ୧୭୮ ଜଣଙ୍କର ମୃତ୍ୟୁ ହୋଇଛି।

ଗାଜାରୁ ଆତଙ୍କବାଦୀମାନେ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିଥିବା ବେଳେ ହେଜବୁଲ୍ଲା ଆତଙ୍କବାଦୀ ମଧ୍ୟ ସୀମାରେ ଆକ୍ରମଣ କରିଥିଲେ। ଇସ୍ରାଏଲ କହିଛି ଯେ ଏହା ହମାସର ୨୦୦ରୁ ଅଧିକ ଟାର୍ଗେଟ ଉପରେ ଆଜି ଆକ୍ରମଣ କରିଛି। ସିରିଆର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ସକାଳେ ଦାମାସ୍କସ ଉପକଣ୍ଠର ଅନେକ ସ୍ଥାନରେ ଇସ୍ରାଏଲର ଏୟାର୍‌ଷ୍ଟ୍ରାଇକ୍ ହୋଇଥିଲା। ଇସ୍ରାଏଲ-ଅଧିକୃତ ସିରିଆର ଗୋଲାନ ହାଇଟ୍ସ ଆଡ଼ୁ ଏହି ଆକ୍ରମଣ କରାଯାଇଥିଲା। ଅକ୍ଟୋବର ୭ରେ ହମାସ-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଅନେକ ଥର ସିରିଆର ବିଭିନ୍ନ ଟାର୍ଗେଟ ଉପରେ ଆକ୍ରମଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe