Image Courtesy of Reuters
ଜେରୁଜେଲମ୍: ଅସ୍ତ୍ରବିରତି ଜାରି ରଖିବା ପାଇଁ ଅନ୍ତର୍ଜାତୀୟ ଆହ୍ୱାନକୁ ଇସ୍ରାଏଲ ଓ ହମାସ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି। ଯୁଦ୍ଧ ବିରତି ଭଙ୍ଗକୁ ନେଇ ଇସ୍ରାଏଲ ଓ ହମାସ ପରସ୍ପରକୁ ଦାୟୀ କରିଛନ୍ତି । ସେପଟେ ଯୁଦ୍ଧବିରତି ଭଙ୍ଗ ପରେ ଇସ୍ରାଏଲ ପକ୍ଷରୁ କତରର ରାଜଧାନୀ ଦୋହାରେ ଆଲୋଚନା ପାଇଁ ଉପସ୍ଥିତ ଥିବା ନିଜର ପ୍ରତିନିଧିମଣ୍ଡଳକୁ ପ୍ରତ୍ୟାହାର କରିନିଆଯାଇଛି ।
ଶନିବାର ଇସ୍ରାଏଲ ଗାଜାରେ ଏୟାର ଷ୍ଟ୍ରାଇକ୍ କରିଥିଲା ଏବଂ ତାହାର ଜବାବରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରାଯାଇଥିଲା । ଇସ୍ରାଏଲ ଏୟାରଷ୍ଟ୍ରାଇକ ପରେ ପାଲେଷ୍ଟାଇନ ଅଞ୍ଚଳର ଉତ୍ତର ଆକାଶରେ ପୁଣି ଧୂଆଁ ଝୁଲୁଛି। ଶୁକ୍ରବାର ସକାଳେ ଅସ୍ତ୍ରବିରତି ଶେଷ ହେବା ପରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୪୦ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଗାଜା ଉପତ୍ୟକାରେ ଥିବା ହାମାସ ସରକାର କହିଛନ୍ତି।
ଇଜିପ୍ଟ ଓ ଆମେରିକାର ସମର୍ଥନରେ ଓ କତର ମଧ୍ୟସ୍ଥତାରେ ଅସ୍ତ୍ରବିରତି କରାଯାଇଥିଲା। ତେବେ ପୁଣି ଥରେ ଅଚଳାବସ୍ଥା ଆସିବା ପରେ ଇସ୍ରାଏଲ ଦୋହାରୁ ଆଲୋଚନାକାରୀଙ୍କୁ ପ୍ରତ୍ୟାହାର କରୁଛି ବୋଲି କହିଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଲୋଚନାରେ ଅଚଳାବସ୍ଥା ପରେ ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିର୍ଦ୍ଦେଶକ୍ରମେ ମୋସାଦ ମୁଖ୍ୟ ଡେଭିଡ୍ ବାର୍ନିଆ ଦୋହାରେ ଥିବା ତାଙ୍କ ଟିମ୍କୁ ଇସ୍ରାଏଲ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ।
Follow Us