ନୂଆଦିଲ୍ଲୀ : ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲରେ କିଭଳି ବର୍ବର ଆକ୍ରମଣ କରିଛନ୍ତି ତା'ର ଏକ ଭିଡିଓ ଆଜି ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି। ସୋମବାର ସକାଳେ ଇସ୍ରାଏଲ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଏହା କହିଛି, ଇସ୍ରାଏଲରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ହମାସ ଆତଙ୍କବାଦୀ ହତ୍ୟା କରିଛନ୍ତି। ଜେଜେ ମା', ମା' ଏବଂ ପିଲାମାନଙ୍କୁ ହମାସ ଆତଙ୍କବାଦୀ ଅପହରଣ କରିନେଇ ପଣବନ୍ଦୀ ରଖିଛନ୍ତି। ହମାସମାନେ ଅତି ବର୍ବର ଆକ୍ରମଣ କରିଛନ୍ତି। ୭୦୦ରୁ ଅଧିକ ଇସ୍ରାଏଲୀ ହତ୍ୟାର ଶିକାର ହୋଇଛନ୍ତି। ଏଭଳି ଯୁଦ୍ଧ ଅପରାଧ ପାଇଁ ହମାସ ଆତଙ୍କବାଦୀ ଗୋଷ୍ଠୀକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ କହିଛି ଏହା ଯୁଦ୍ଧ ଏବଂ ଇସ୍ରାଏଲ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବ।
ହମାସ ବର୍ବରତାର ଭିଡିଓ ଜାରି କଲା ଇସ୍ରାଏଲ: ଗୋଟିଏ ପରିବାରର ସମସ୍ତଙ୍କୁ ହତ୍ୟା
Advertisment
Follow Us