ଅଲ-ଶିଫା ହସ୍ପିଟାଲରେ ପଣବନ୍ଦୀଙ୍କ ଭିଡିଓ ଜାରିକଲା ଇସ୍ରାଏଲ

Advertisment
ଅଲ-ଶିଫା ହସ୍ପିଟାଲରେ ପଣବନ୍ଦୀଙ୍କ ଭିଡିଓ ଜାରିକଲା ଇସ୍ରାଏଲ

ଜେରୁଜେଲମ: ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରି ୧୨୦୦ରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲା। ଏହି ପଣବନ୍ଦୀମାନଙ୍କୁ ଗାଜା ସିଟିର ଅଲ-ଶିଫା ହସ୍ପିଟାଲକୁ ଅଣାଯାଇଥିଲା। ରବିବାର ଇସ୍ରାଏଲ ସେନା ଏହାର ଏକ ସୁରକ୍ଷା କ୍ୟାମେରା ଫୁଟେଜ୍ ଜାରି କରିଛି। ଗୋଟିଏ କ୍ଲିପ୍‌ରେ ଜଣେ ବ୍ୟକ୍ତିଙ୍କୁ ଅନେକ ବ୍ୟକ୍ତି ଏକ ଟ୍ରଲିରେ ଆଣୁଥିବା ବେଳେ ସେମାନଙ୍କ ମଧ୍ୟରୁ ଅତି କମ୍‌ରେ ୪ ଜଣ ହାତରେ ବନ୍ଧୁକ ଧରିଥିଲେ। ଅନ୍ୟ ଏକ କ୍ଲିପ୍‌ରେ ଜଣେ ଲୋକକୁ ତା’ର ପ୍ରତିରୋଧ ସତ୍ତ୍ବେ ଜୋରଜବରଦସ୍ତ ଡାକ୍ତରଖାନା ଭିତରକୁ ଟାଣି ନିଆଯାଉଥିବା ଦେଖିବାକୁ ମିଳିଛି।

ଶିଫା ହସ୍ପିଟାଲରୁ ମିଳିଥିବା ଦସ୍ତାବିଜ୍‌ରୁ ଏହା ଜଣାପଡ଼ିଛି, ଯେଉଁଥିରେ ଇସ୍ରାଏଲ ଅଞ୍ଚଳରୁ ଜଣେ ନେପାଳୀ ନାଗରିକ ଏବଂ ଜଣେ ଥାଇ ନାଗରିକଙ୍କୁ ହମାସ୍‌ ଆତଙ୍କବାଦୀମାନେ ଅପହରଣ କରି ଶିଫା ହସ୍ପିଟାଲକୁ ନେଇଥିବା ଦେଖିବାକୁ ମିଳୁଛି। ସେନା ଓ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହି ଭିଡିଓ ଫୁଟେଜରୁ ପ୍ରମାଣିତ ହେଉଛି ଯେ ହମାସ୍‌ ଆତଙ୍କବାଦୀ ସଂଗଠନ ଶିଫା ହସ୍ପିଟାଲ ପରିସରକୁ ଆତଙ୍କବାଦୀ ଭିତ୍ତିଭୂମି ଭାବେ ବ୍ୟବହାର କରିଥିଲା। ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ ଆକାଶମାର୍ଗ, ସ୍ଥଳ ଓ ସମୁଦ୍ରରୁ କ୍ରମାଗତ ଭାବେ ଗାଜା ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏଥିରେ ଅତି କମ୍‌ରେ ୧୩,୦୦୦ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଅଧିକାଂଶ ସାଧାରଣ ନାଗରିକ ମଧ୍ୟ ଅଛନ୍ତି ବୋଲି ଗାଜା କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe