ସେପଟେ ଦକ୍ଷିଣ ଲେବାନନର ହିଜବୁଲ୍ଲାର ଆଡ୍ଡା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ବାୟୁସେନା ଗାଜାସ୍ଥିତ ଏକ ମସଜିଦରେ ରକେଟ ମାଡ଼ କରିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁଦ୍ଧର ବର୍ଷ ପୂର୍ତ୍ତି ଅବସରରେ ଏଭଳି ଆକ୍ରମଣ କରାଯାଇଛି । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଗାଜାରେ ୪୧ ହଜାରରୁ ଅଧିକ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୁଦ୍ଧ ଯୋଗୁଁ ଗାଜାରେ ମାନବିକ ସଙ୍କଟ ଭଳି ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି ।