ଗାଜାରେ ଅଶୁଦ୍ଧ ପାଣି ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଉଛି

Advertisment

ଗାଜାରେ ଏବେ ସ୍ଥିତି ଅସମ୍ଭାଳ। ଗାଜାର ଦୁଇଟି ସ୍ଥାନରେ ଖାଦ୍ୟ ପାଇଁ ଅପେକ୍ଷା କରିଥିବା ପାଲେଷ୍ଟାଇନ୍‌ ଲୋକଙ୍କ ଉପରେ ଇସ୍ରାଏଲ୍‌ ସେନା ଗୁଳି ଚଳାଇଛି ଯେଉଁଥିରେ ଜଣଙ୍କର ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଛନ୍ତି। ଯେତେବେଳେ କି ଆଉ ଏକ ଶିଶୁର ଅପପୁଷ୍ଟି ଯୋଗୁ ମୃତ୍ୟୁ ଘଟିଛି।

ଗାଜାରେ ଏବେ ସ୍ଥିତି ଅସମ୍ଭାଳ। ଗାଜାର ଦୁଇଟି ସ୍ଥାନରେ ଖାଦ୍ୟ ପାଇଁ ଅପେକ୍ଷା କରିଥିବା ପାଲେଷ୍ଟାଇନ୍‌ ଲୋକଙ୍କ ଉପରେ ଇସ୍ରାଏଲ୍‌ ସେନା ଗୁଳି ଚଳାଇଛି ଯେଉଁଥିରେ ଜଣଙ୍କର ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଛନ୍ତି। ଯେତେବେଳେ କି ଆଉ ଏକ ଶିଶୁର ଅପପୁଷ୍ଟି ଯୋଗୁ ମୃତ୍ୟୁ ଘଟିଛି।

New Project (13)

 ଗାଜା: ଗାଜାରେ ଏବେ ସ୍ଥିତି ଅସମ୍ଭାଳ। ଗାଜାର ଦୁଇଟି ସ୍ଥାନରେ ଖାଦ୍ୟ ପାଇଁ ଅପେକ୍ଷା କରିଥିବା ପାଲେଷ୍ଟାଇନ୍‌ ଲୋକଙ୍କ ଉପରେ ଇସ୍ରାଏଲ୍‌ ସେନା ଗୁଳି ଚଳାଇଛି ଯେଉଁଥିରେ ଜଣଙ୍କର ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଛନ୍ତି। ଯେତେବେଳେ କି ଆଉ ଏକ ଶିଶୁର ଅପପୁଷ୍ଟି ଯୋଗୁ ମୃତ୍ୟୁ ଘଟିଛି।

ତେବେ ଗାଜାରେ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ନୂଆ ସଙ୍କଟ ଦେଖାଦେଇଛି । ଅଶୁଦ୍ଧ ପାଣି ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗାଜାରେ ଶୁଦ୍ଧ ପାଣିର ଅଭାବ ଏବଂ ଅପରିଷ୍କାର ଜଳ ଉତ୍ସ ଯୋଗୁଁ ବିଭିନ୍ନ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୟସ୍କଙ୍କ ମୃତ୍ୟୁର କାରଣ ସାଜିଛି । ଅଞ୍ଚଳର ଅଧିକାଂଶ ଜଳ ଉତ୍ସ ଦୂଷିତ ହେବା ସହ ପାଣି ଶୁଦ୍ଧୀକରଣ ବ୍ୟବସ୍ଥା ମଧ୍ୟ ଧ୍ୱଂସ ହୋଇଛି । ଯୁଦ୍ଧ ଯୋଗୁଁ ଗାଜାରେ ପାଣି ଯୋଗାଣ ବନ୍ଦ ରହିଛି । ନଳକୂପ, କୂଅରୁ ପାଣି ପିଇବାଯୋଗ୍ୟ ନାହିଁ । ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ, ହେପାଟାଇଟିସ୍ ଏ ଏବଂ ଅନ୍ୟାନ୍ୟ ଜଳଜନିତ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୃଦ୍ଧଙ୍କ ପାଇଁ ଅଧିକ ଘାତକ ହେଉଛି । ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ଔଷଧ ଥିଲେ ମଧ୍ୟ ପାଣି ମିଳୁନି । ଜାତିସଂଘ ଏବଂ ଅନ୍ୟାନ୍ୟ ମାନବିକ ସଂସ୍ଥା ଗାଜାରେ ଜରୁରୀ ଭିତ୍ତିରେ ପରିଷ୍କାର ପାଣି ଓ ଚିକିତ୍ସା ସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଯୁଦ୍ଧ ଏହି ପ୍ରୟାସକୁ ବାଧା ଦେଉଛି । ଗାଜାର ଲୋକମାନେ ବିପଜ୍ଜନକ ପରିସ୍ଥିତିରେ ଜୀବନଯାପନ କରୁଛନ୍ତି, ଯେଉଁଠାରେ ପାଣି ମଧ୍ୟ ଏକ ମାରାତ୍ମକ ଶତ୍ରୁ ହୋଇଉଠିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe