ଇରାନର ୪୦ଟି ଡ୍ରୋନକୁ ଖସାଇଲା ଇସ୍ରାଏଲ୍

ଇସ୍ରାଏଲୀ ବାୟୁସେନା (ଆଇଏଏଫ) ଦାବି କରିଛି ଯେ ଗତ ରାତିରେ ଇରାନର ୪୦ଟି ୟୁଏଭି ବା ଡ୍ରୋନକୁ ଖସାଇ ଦିଆଯାଇଛି । ଏ ନେଇ ଆଇଏଏଫ ଏକ ଭିଡିଓ ଜାରି କରିଛି। ଏପର୍ଯ୍ୟନ୍ତ ୪୭୦ଟି ଡ୍ରୋନ ଖସାଇଥିବା ଆଇଏଏଫ ଦାବି କରିଛି ।

drne

ତେଲ ଅଭିବ : ଦିନକୁ ଦିନ ଅଧିକ ଘମାଘୋଟ ହେଉଛି ଇସ୍ରାଏଲ-ଇରାନ ଯୁଦ୍ଧ। ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି । ସେହିପରି ଇସ୍ରାଏଲ ବାୟୁ ସେନା ମଧ୍ୟ ଇରାନର ବିଭିନ୍ନ ସାମରିକ ଓ ଆଣବିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛି । ଇତି ମଧ୍ୟରେ ଇସ୍ରାଏଲୀ ବାୟୁସେନା (ଆଇଏଏଫ) ଦାବି କରିଛି ଯେ ଗତ ରାତିରେ ଇରାନର ୪୦ଟି ୟୁଏଭି ବା ଡ୍ରୋନକୁ ଖସାଇ ଦିଆଯାଇଛି । ଏ ନେଇ ଆଇଏଏଫ ଏକ ଭିଡିଓ ଜାରି କରିଛି। 

ଇସ୍ରାଏଲ କହିଛି, "ଅପରେସନ୍ ରାଇଜିଂ ଲାୟନ୍" ଆରମ୍ଭ ହେବା ପରଠାରୁ ୪୭୦ ରୁ ଅଧିକ ଡ୍ରୋନକୁ ସଫଳତାର ସହ ନଷ୍ଟ କରାଯାଇଛି, ଯାହା ପ୍ରାୟ 99% ସଫଳତା ହାର ଦର୍ଶାଉଛି।

ସୂଚନାଯୋଗ୍ୟ ଯେ, ୟୁଏଭିର ପୂର୍ଣ୍ଣ ରୂପ ହେଉଛି ମାନବହୀନ ବାୟୁ ଯାନ। ସାଧାରଣ ଭାଷାରେ ଏହାକୁ "ଡ୍ରୋନ" କୁହାଯାଏ। ଏଗୁଡ଼ିକ ଏପରି ବିମାନ ଯାହାକୁ ଉଡ଼ିବା ପାଇଁ ପାଇଲଟଙ୍କ ଆବଶ୍ୟକତା ନାହିଁ। ଏଗୁଡ଼ିକୁ ଦୂରରୁ ରିମୋଟ୍ କଣ୍ଟ୍ରୋଲ୍ କିମ୍ବା ସାଟେଲାଇଟ୍ ସିଷ୍ଟମ୍ ମାଧ୍ୟମରେ ପରିଚାଳିତ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe