ଇସ୍ରାଏଲ ଟ୍ୟାଙ୍କ 'ମିସ୍ ଫାୟାର' କରିବା ଯୋଗୁଁ ଇଜିପ୍ଟର ସୈନ୍ୟ ପୋଷ୍ଟ ଧ୍ବଂସ୍ତ, ଦୁଃଖ ପ୍ରକାଶ କଲା ଆଇଡିଏଫ୍

Advertisment
ଇସ୍ରାଏଲ ଟ୍ୟାଙ୍କ 'ମିସ୍ ଫାୟାର' କରିବା ଯୋଗୁଁ ଇଜିପ୍ଟର ସୈନ୍ୟ ପୋଷ୍ଟ ଧ୍ବଂସ୍ତ, ଦୁଃଖ ପ୍ରକାଶ କଲା ଆଇଡିଏଫ୍

ତେଲ୍ ଅଭିଭ୍ : ଇସ୍ରାଏଲ-ହମାସ ସଂଘର୍ଷ ମଧ୍ୟରେ ଇସ୍ରାଏଲ ସେନା ଏକ ଭୁଲ କରିଦେଇଛି । ଇସ୍ରାଏଲ ଟ୍ୟାଙ୍କରୁ ବାହାରିଥିବା ଏକ ଗୋଳା ଇଜିପ୍ଟର ଏକ ସୈନ୍ୟ ପୋଷ୍ଟକୁ ଧ୍ବଂସ କରିଦେଇଛି ।

ରବିବାର ଦିନ ଇସ୍ରାଏଲ ସେନା ତା'ର ଏକ୍ସ ହ୍ୟାଣ୍ଡେଲରୁ କହିଛି ଯେ ତା'ର ଟ୍ୟାଙ୍କ ହଠାତ୍ କେରେମ ଶାଲୋମ୍ ଅଞ୍ଚଳରେ ସୀମା ନିକଟରେ ଥିବା ଏକ ଇଜିପ୍ଟ ପୋଷ୍ଟ ଉପରେ ଆକ୍ରମଣ କରିଥିଲା। ଏହି ଘଟଣାକୁ ନେଇ ଆଇଡିଏଫ ମଧ୍ୟ ଦୁଃଖ ପ୍ରକାଶ କରିଛି।

ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ରବିବାର ରାତି ୯ଟା ୩ ମିନିଟରେ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛି, କିଛି ସମୟ ତଳେ କେରେମ ଶାଲୋମ୍ ଅଞ୍ଚଳରେ ସୀମାରେ ଥିବା ଏକ ଆଇଡିଏଫ ଟ୍ୟାଙ୍କ ହଠାତ୍ ଗୁଳି ଚଳାଇ ଇଜିପ୍ଟର ଏକ ପୋଷ୍ଟ ଉପରେ ଆକ୍ରମଣ କରିଥିଲା। ଘଟଣାର ତଦନ୍ତ କରାଯିବା ସହ ସବିଶେଷ ତଥ୍ୟର ସମୀକ୍ଷା କରାଯାଉଛି। ଏହି ଘଟଣାକୁ ନେଇ ଆଇଡିଏଫ ଦୁଃଖ ପ୍ରକାଶ କରିଛି।

ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଇଜିପ୍ଟ ପକ୍ଷର କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ଇସ୍ରାଏଲର ଦୁଃଖପ୍ରକାଶ ପରେ୍ ଘଟଣା ଥଣ୍ଡା ପଡ଼ିବା ଆଶା କରାଯାଉଛି ।

ଅନ୍ୟପକ୍ଷରେ ବନ୍ଧକମାନଙ୍କୁ ଫେରାଇ ଆଣିବାକୁ ଇସ୍ରାଏଲର ଲୋକମାନେ ଦାବି କରି ସଡ଼କକୁ ଓହ୍ଲାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe