ଗାଜାର ସବୁ ଟନେଲ୍‌ ଧ୍ବଂସ କରିବ ଇସ୍ରାଏଲ: ପଣବନ୍ଦୀଙ୍କ ମୁକ୍ତି ପରେ ନିରସ୍ତ୍ରୀକରଣ ଅଭିଯାନ

ଗାଜା ଶାନ୍ତି ପ୍ରସ୍ତାବର ଦ୍ବିତୀୟ ପର୍ଯ୍ୟାୟକୁ ନେଇ ହମାସର ଘୋର ଅସହମତି ଏବେ ଚିନ୍ତା ବଢ଼ାଇଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ର ଭୟାନକ ଆକ୍ରମଣରୁ ଆରମ୍ଭ ହୋଇଥିବା ଏହି ଦୁଇ ବର୍ଷର ଯୁଦ୍ଧକୁ ଶାନ୍ତି ପ୍ରସ୍ତାବ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇଛି।

dagdgagdzcv

ତେଲ୍‌ ଅଭିଭ୍‌:  ଗାଜା ଶାନ୍ତି ପ୍ରସ୍ତାବର ଦ୍ବିତୀୟ ପର୍ଯ୍ୟାୟକୁ ନେଇ ହମାସର ଘୋର ଅସହମତି ଏବେ ଚିନ୍ତା ବଢ଼ାଇଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ର ଭୟାନକ ଆକ୍ରମଣରୁ ଆରମ୍ଭ ହୋଇଥିବା ଏହି ଦୁଇ ବର୍ଷର ଯୁଦ୍ଧକୁ ଶାନ୍ତି ପ୍ରସ୍ତାବ ଏବେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇଛି। ଆଜି ଇସ୍ରାଏଲ ଘୋଷଣା କରିଛି ଯେ ଆମେରିକାର ଅନୁମୋଦନରେ ଆମେ ଗାଜାର  ସମସ୍ତ ହମାସ ଟନେଲ୍ ନେଟୱର୍କ  ଧ୍ୱଂସ କରିଦେବୁ। ଗାଜାରେ କୌଣସି ଗୋଟିଏ ବି ଟନେଲ୍‌ ରହିବାକୁ ଦିଆଯିବ ନାହିଁ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ପଣବନ୍ଦୀଙ୍କ ମୁକ୍ତି ପରେ  ହମାସ ବ୍ୟବହାର କରୁଥିବା ସମସ୍ତ ଆତଙ୍କୀ ଟନେଲ ନିଶ୍ଚିହ୍ନ ହୋଇଯିବ ଏବଂ ନିରସ୍ତ୍ରୀକରଣ ଅଭିଯାନ ଆରମ୍ଭ ହେବ ବୋଲି ଇସ୍ରାଏଲ ସେନାମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲୀ ସୈନ୍ୟ ଗାଜାର ବିଭିନ୍ନ ଅଞ୍ଚଳରୁ ଫେରିଛନ୍ତି। ଅନ୍ୟପକ୍ଷରେ ଯୁଦ୍ଧ ଯୋଗୁ ବିସ୍ଥାପିତ ହୋଇଥିବା ହଜାର ହଜାର ଜନତା ଗାଜା ସହରକୁ ଫେରୁଛନ୍ତି। ହମାସର ବରିଷ୍ଠ ଅଧିକାରୀ ହୋସାମ୍ ବଦ୍ରାନ୍ କହିଛନ୍ତି,  ଆମେରିକୀୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ  ଅନେକ ଜଟିଳତା ରହିଛି ଏବଂ ଆମେ ସଂପୂର୍ଣ୍ଣ ଅସ୍ତ୍ରତ୍ୟାଗ କରିବାକୁ ପ୍ରସ୍ତୁତ ନୋହୁଁ। ହମାସର ଏହି ଆଭିମୁଖ୍ୟ ଯଦି ଭିନ୍ନ ଦିଗରେ ଯାଏ ତା’ହେଲେ ସମଗ୍ର ପ୍ରକ୍ରିୟା ବିଫଳ ହୋଇଯିବା ଆଶଙ୍କା ମଧ୍ୟ ରହିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe