ୟେମେନକୁ ଭୋକରେ ଛଟପଟ କରିବାକୁ ଚାହୁଁଛି ଇସ୍ରାଏଲ !: ବନ୍ଦର ଉପରେ କଲା ଆକ୍ରମଣ

Advertisment

ପଶ୍ଚିମ ଏସିଆ ଧୀରେ ଧୀରେ ଅରାଜକତା ଆଡକୁ ଗତି କରୁଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଲେବାନନ୍ ଉପରେ କ୍ରମାଗତ ଆକ୍ରମଣ କରୁଛି। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେବଳ ରବିବାର ଦିନ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି...

Updated On

ପଶ୍ଚିମ ଏସିଆ ଧୀରେ ଧୀରେ ଅରାଜକତା ଆଡକୁ ଗତି କରୁଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଲେବାନନ୍ ଉପରେ କ୍ରମାଗତ ଆକ୍ରମଣ କରୁଛି। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେବଳ ରବିବାର ଦିନ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି...

ଅଦ୍ୟତନ ହୋଇଛି
TEYET

ସାନା: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଲେବାନନ୍ ଉପରେ କ୍ରମାଗତ ଆକ୍ରମଣ କରୁଛି। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କେବଳ ରବିବାର ଦିନ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଇସ୍ରାଏଲ ୟେମେନ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଛି ।

ଆକ୍ରମଣରେ ହୁତି ବିଦ୍ରୋହୀମାନଙ୍କୁ ଟାର୍ଗେଟ କରାଯାଇଛି। ରବିବାର ଦିନ ଇସ୍ରାଏଲ୍ ସୈନ୍ୟବାହିନୀ  ଏକ ବିବୃତିରେ କହିଛନ୍ତି ଯେ ଯୁଦ୍ଧ ବିମାନ  ରାସ ଈସା ଏବଂ ହୋଦେଇଦାହ ବନ୍ଦରରେ ପାୱାର ପ୍ଲାଣ୍ଟ ଏବଂ  ବନ୍ଦର ଉପରେ ଆକ୍ରମଣ କରିଛି।

ହୁତି ବିଦ୍ରୋହୀମାନଙ୍କ ସହ ଜଡିତ ଗଣମାଧ୍ୟମ ରିପୋର୍ଟ କରିଛି, ବନ୍ଦର କର୍ମଚାରୀ ଏବଂ ତିନି ଜଣ ବୈଦ୍ୟୁତିକ ଇଞ୍ଜିନିୟରଙ୍କ ସମେତ ଇସ୍ରାଏଲର ଷ୍ଟ୍ରାଇକରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଦିନ ଇସ୍ରାଏଲ ୟେମେନରେ ହୁତି ବିଦ୍ରୋହୀଙ୍କ ଶିବିର ଉପରେ  ଆକ୍ରମଣ କରିଥିଲାବେଳେ ଲେବାନନରେ ହିଜବୁଲ୍ଲା  ଉପରେ ମଧ୍ୟ ଆକ୍ରମଣ କରିଥିଲା।

ଇସ୍ରାଏଲ୍  ସୈନ୍ୟବାହିନୀ ଅନୁଯାୟୀ ଯୁଦ୍ଧ ବିମାନ, ରିଫିଲିଂ ବିମାନ ଏବଂ ଗୁପ୍ତଚର ବିମାନ ସମେତ ୧୨ରୁ ଅଧିକ  ଇସ୍ରାଏଲ୍ ବାୟୁସେନା ବିମାନ ୟେମେନରେ ଆତଙ୍କ ସୃଷ୍ଟି କରିଛନ୍ତି।

ଇସ୍ରାଏଲର ସାମରିକ ମୁଖପାତ୍ର କ୍ୟାପଟେନ ଡେଭିଡ ଅବ୍ରହାମ କହିଛନ୍ତି ଯେ ଆଜି ଏକ ବୃହତ ଆକାରର ବାୟୁ ଅପରେସନରେ ଯୁଦ୍ଧ ବିମାନ, ରିଫିଲିଂ ବିମାନ ଏବଂ ଅନୁସନ୍ଧାନ ବିମାନ ସମେତ ଦଶହଜାର ବାୟୁସେନା ବିମାନ ୟେମେନର ରାସ ଈସା ଏବଂ ହୋଦେଇଦାହ  ଅଞ୍ଚଳ‌ରେ ଆକ୍ରମଣ କରିଛି।  

ଏହା ହେଉଛି ଦ୍ୱିତୀୟ ଥର ଯେତେବେଳେ ଇସ୍ରାଏଲ ୟେମେନ ଉପରେ ଆକ୍ରମଣ କରିଛି।  ପ୍ରଥମ ଥର ଜୁଲାଇରେ  ତେଲ ଆଭିଭରେ ଡ୍ରୋନ୍ ଷ୍ଟ୍ରାଇକ୍ ପରେ ହୋଦେଇଦାହ ବନ୍ଦର ଉପରେ ଆକ୍ରମଣ କରାଯାଇଥିଲା।  

ରବିବାର ହୋଇଥିବା ଏହି ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଥିବା ହୁତି ସହ ଜଡିତ ଗଣମାଧ୍ୟମ ଦାବି କରିଛି।

ଉଦ୍ଧାରକାରୀ ଦଳ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ବିଦ୍ୟୁତ୍ ଷ୍ଟେସନରେ ଅଛନ୍ତି, ଆବର୍ଜନା ତଳେ ଥିବା ଲୋକଙ୍କୁ ଖୋଜୁଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ୟେମେନରେ ବନ୍ଦରକୁ ଟାର୍ଗେଟ କରିବାକୁ ଇସ୍ରାଏଲ ସେନା ଚାହୁଁଛି।  

ଯାହାଦ୍ବାରା ସାମଗ୍ରୀ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯିବ।  ୟେମେନର ଅଧିକାଂଶ ଜନସଂଖ୍ୟା ମାନବିକ ସହାୟତା ଉପରେ ନିର୍ଭରଶୀଳ। ଯାହା ଏହାର ବନ୍ଦର ମାଧ୍ୟମରେ ଦେଶକୁ ପ୍ରବେଶ କରିଥାଏ।

 ୟେମେନ ଉପରେ ନଜର ରଖିଥିବା ହ୍ୟୁମାନ୍ ରାଇଟ୍ସ ୱାଚର ଜଣେ ଗବେଷକ ନିକୁ ଜାଫରନିଆ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ବନ୍ଦରଗୁଡିକର ମାନବିକ ଗୁରୁତ୍ୱକୁ କମ୍ କରାଯାଇପାରିବ ନାହିଁ। ଏହି ଆକ୍ରମଣର ଜବାବ ଦେଇ ହୁତି ମୁଖପାତ୍ର ନାସ୍ରେଦ୍ଦିନ ଆମେର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ୟେମେନର ରାସ ଈସା ଏବଂ ହୋଦେଇଦାହ ବନ୍ଦରରେ ଥିବା ଚୈଳ ଡିପୋକୁ ସ୍ଥାନାନ୍ତର କରାଯାଇଛି।

ଏହି ଷ୍ଟ୍ରାଇକ୍ ଇସ୍ରାଏଲ ଉପରେ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣକୁ ରୋକିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।  ଆମେ ଜିଓନିଷ୍ଟ ଶତ୍ରୁ ସହିତ ଯୁଦ୍ଧ କରୁଛୁ ଏବଂ ଆମର କାର୍ଯ୍ୟ ବନ୍ଦ ହେବ ନାହିଁ। ଏହି ସମୟରେ ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନାସିର କାନାନି ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ସମାଲୋଚନା କରିଛନ୍ତି। ପାୱାର ପ୍ଲାଣ୍ଟ ଏବଂ ଇନ୍ଧନ ଟାଙ୍କି ଭଳି “ବେସାମରିକ ଭିତ୍ତିଭୂମି” କୁ ସେମାନେ ଟାର୍ଗେଟ କରିଥିବା ସେ କହିଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ ଏହି ଆକ୍ରମଣ ଏକ ବାର୍ତ୍ତା ଥିଲା। ଆମର ବାର୍ତ୍ତା ସ୍ପଷ୍ଟ, ଆମ ପାଇଁ କ‌ୌ ଣସି ସ୍ଥାନ  ଦୂର ନୁହେଁ। 

ଇସ୍ରାଏଲ ଅନୁଯାୟୀ, ରବିବାରର ଆକ୍ରମଣ ଇସ୍ରାଏଲ ଉପରେ ସମ୍ପ୍ରତି ହୁତି କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିକ୍ରିୟା ଥିଲା, ବିଶେଷକରି ଶନିବାର, ସେପ୍ଟେମ୍ବର ୨୮ରେ ହୋଇଥିବା ଆକ୍ରମଣ। ଏହା ପରେ ଆଡିଏଫ କହିଛି ଯେ ୟେମେନରୁ କେନ୍ଦ୍ରୀୟ ଇସ୍ରାଏଲରେ ଗୁଳି ଚଳାଇଥିବା ଏକ ଭୂପୃଷ୍ଠରୁ ଭୂପୃଷ୍ଠ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଏହା ବାଧା ଦେଇଛି। 

ସୂଚନାଯୋଗ୍ୟ ଯେ ବେନ ଗୁରିଅନ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିବା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିମାନକୁ ଟାର୍ଗେଟ କରିବା ପାଇଁ ଏହି କ୍ଷେପଣାସ୍ତ୍ର ଉଦ୍ଦିଷ୍ଟ ଥିଲା।  ହୁତି ନେତା ଅବଦୁଲ ମଲିକ ଅଲ-ହୁତି କହିଛନ୍ତି ହିଜବୁଲ୍ଲାର ହାସନ ନାସ୍‌ରଲ୍ଲାଙ୍କ ମୃତ୍ୟୁ ବୃଥା ହେବ ନାହିଁ ଏବଂ ପ୍ରତିରୋଧ ବୃଥା ହେବ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe