ହମାସକୁ ଧ୍ବଂସ ନ କରିବା ଯାଏ ଇସ୍ରାଏଲ ଯୁଦ୍ଧ ବନ୍ଦ କରିବନି, ଟେଲିଫୋନରେ ପୁଟିନଙ୍କୁ କହିଲେ ନେତାନ୍ୟାହୁ

Advertisment
ହମାସକୁ ଧ୍ବଂସ ନ କରିବା ଯାଏ ଇସ୍ରାଏଲ ଯୁଦ୍ଧ ବନ୍ଦ କରିବନି, ଟେଲିଫୋନରେ ପୁଟିନଙ୍କୁ କହିଲେ ନେତାନ୍ୟାହୁ

ଟେଲ୍‌ ଅଭିଭ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ଟେଲିଫୋନ ବାର୍ତ୍ତାଳାପର ବିବରଣୀ ଏକ୍ସରେ ସେୟାର କରିଛନ୍ତି। ପୁଟିନଙ୍କୁ ସେ ହମାସ ବିରୋଧରେ ଚାଲିଥିବା ଯୁଦ୍ଧ ବିଷୟରେ ଅବଗତ କରାଇଥିଲେ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ବିରୋଧରେ ହମାସ ଅତର୍କିତ ଆକ୍ରମଣ କରି ସହସ୍ରାଧିକ ନିରୀହ ଲୋକଙ୍କୁ ହତ୍ୟା କରିବା ପରେ ହମାସକୁ ଧ୍ବଂସ କରିବା ପାଇଁ ଇସ୍ରାଏଲ ପ୍ରତିଶ୍ରୁତିବଦ୍ଧ ହୋଇଛି ବୋଲି ନେତାନ୍ୟାହୁ କହିଛନ୍ତି। ହମାସ ସମ୍ପୂର୍ଣ୍ଣ ଧ୍ବଂସ ନ ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି ସେ ପୁଟିନଙ୍କୁ ଅବଗତ କରାଇଥିବା କହିଛନ୍ତି।

ଇସ୍ରାଏଲର ମୃତକଙ୍କ ପାଇଁ ରୁଷ୍ ରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଥିଲେ ଏବଂ ସାଧାରଣ ଲୋକଙ୍କ ମୃତାହତ ସଂଖ୍ୟା କିପରି କମାଯାଇ ପାରିବ ସେ ଦିଗରେ ପରାମର୍ଶ ଦେଇଥିଲେ। ପରିସ୍ଥିତିକୁ କିପରି ସ୍ବାଭାବିକ କରାଯାଇପାରିବ, ହିଂସାକୁ ରୋକାଯାଇ ପାରିବ ଏବଂ ଗାଜା ଷ୍ଟ୍ରିପ୍‌ରେ ମାନବୀୟ ସଂକଟକୁ ଟଳାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ପୁଟିନ ପ୍ରସ୍ତାବ ଦେଇଥିଲେ। ରୁଷ୍ ମଧ୍ୟ ଏ ଦିଗରେ କୂଟନୈତିକ ସ୍ତରରେ ପଦକ୍ଷେପ ନେଉଛି ବୋଲି ସେ କହିଥିଲେ। ଗାଜା ଷ୍ଟ୍ରିପ୍‌କୁ ଆତଙ୍କବାଦୀ ସଂଗଠନ ହମାସର ରାଜନୈତିକ ଓ ସାମରିକ ନିୟନ୍ତ୍ରଣରୁ ମୁକ୍ତ କରିବା ପାଇଁ ଇସ୍ରାଏଲ ପଦକ୍ଷେପ ନେଉଛି ବୋଲି ଇସ୍ରାଏଲର ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଜାଚି ହାନେଗବି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe