ପ୍ରତିଶୋଧ ନେବ ଇସ୍ରାଏଲ: ଟାର୍ଗେଟ୍‌ରେ ଇରାନ୍‌ର ପରମାଣୁ ଘାଟି, ତୈଳ ଡିପୋ

Advertisment

ଇସ୍ରାଏଲ ଉପରେ ଗତରାତିରେ ଇରାନ କ୍ଷେପଣାସ୍ତ୍ର ବର୍ଷା କରି ମଧ୍ୟପ୍ରାଚ୍ୟ ଯୁଦ୍ଧ ଉତ୍ତେଜନାକୁ ଚରମରେ ପହଞ୍ଚାଇଥିବା ବେଳେ ଏବେ ଯେ କୌଣସି ମୁହୂର୍ତ୍ତରେ ପାଲଟା ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ ରହିଛି।

ଇସ୍ରାଏଲ ଉପରେ ଗତରାତିରେ ଇରାନ କ୍ଷେପଣାସ୍ତ୍ର ବର୍ଷା କରି ମଧ୍ୟପ୍ରାଚ୍ୟ ଯୁଦ୍ଧ ଉତ୍ତେଜନାକୁ ଚରମରେ ପହଞ୍ଚାଇଥିବା ବେଳେ ଏବେ ଯେ କୌଣସି ମୁହୂର୍ତ୍ତରେ ପାଲଟା ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ ରହିଛି।

hfkhfhkhkhfk

ତେଲ୍‌ ଅବିବ: ଇସ୍ରାଏଲ ଉପରେ ଗତରାତିରେ ଇରାନ କ୍ଷେପଣାସ୍ତ୍ର ବର୍ଷା କରି ମଧ୍ୟପ୍ରାଚ୍ୟ ଯୁଦ୍ଧ ଉତ୍ତେଜନାକୁ ଚରମରେ ପହଞ୍ଚାଇଥିବା ବେଳେ ଏବେ ଯେ କୌଣସି ମୁହୂର୍ତ୍ତରେ ପାଲଟା ଆକ୍ରମଣ ପାଇଁ ଇସ୍ରାଏଲ ପ୍ରସ୍ତୁତ ରହିଛି। ଆମେରିକା ସହାୟତାରେ ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ଯୋଜନା ହେଉଥିବାରୁ ବିଭିନ୍ନ ରାଷ୍ଟ୍ର ଇରାନରେ ଥିବା ସେମାନଙ୍କ ନାଗରିକଙ୍କୁ ସତର୍କ କରାଇ ଦେଇଛନ୍ତି। ଇସ୍ରାଏଲ୍‌ର ସମ୍ଭାବ୍ୟ ଟାର୍ଗେଟରେ ଇରାନ ତୈଳ ଡିପୋ ଏବଂ ବିମାନ ବନ୍ଦର ଅନ୍ତର୍ଭୁକ୍ତ ଥିବାରୁ ଇରାନ ଏହାର ପ୍ରତିହତ କରିବା ଏବଂ କ୍ଷୟକ୍ଷତିକୁ ଯଥାସମ୍ଭବ ରୋକିବା ପାଇଁ ପ୍ରୟାସ କରୁଛି। ଇରାନର ପରମାଣୁ ଘାଟି, ୟୁରେନିୟମ ଖଣି, ସାମରିକ ଘାଟି ଏବଂ ଗବେଷଣା ରିଏକ୍ଟରଗୁଡ଼ିକୁ ଧ୍ବଂସ କରିବା ପାଇଁ ଇସ୍ରାଏଲ ଲକ୍ଷ୍ୟ ରଖିଛି। ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ ହେବା ଆଶଙ୍କାରେ ଆମେରିକା ଗତ ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବିମାନ ମୁତୟନ ବଢ଼ାଇ ଦେଇଛି। ଇସ୍ରାଏଲ ଓ ଆମେରିକୀୟ କମାଣ୍ଡରମାନେ ମିଳିତ ରଣନୀତିରେ ଅଗ୍ରସର ହେଉଛନ୍ତି। ସିରିୟା, ଇରାକ୍‌, ୟେମେନ ଓ ଲେବାନନ୍‌ ପଟୁ ମିଳିତ ଆକ୍ରମଣକୁ ରୋକିବା ପାଇଁ ଅଧିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ ହୋଇଛି। ଆମେରିକା ନିଜ ଯୁଦ୍ଧପୋତରୁ ଇସ୍ରାଏଲ ଉପରକୁ ଆସୁଥିବା କ୍ଷେପଣାସ୍ତ୍ର ରୋକିବା ପାଇଁ ସର୍ବାଧିକ ଆଲର୍ଟରେ ରହିଛି।

ସୂଚନାଯୋଗ୍ୟ,  ଇରାନର ସହଯୋଗୀ ରାଷ୍ଟ୍ରମାନଙ୍କ ଉପରେ ଇସ୍ରାଏଲର ଲଗାତାର ଆକ୍ରମଣ ପରେ ଇରାନ ଗତରାତିରେ ଇସ୍ରାଏଲ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା। ହିଜବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲା ଏବଂ ଇସ୍‌ମାଇଲ୍‌ ହାନିଆଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଇସ୍ରାଏଲର ବିଶେଷ କ୍ଷତି କରିପାରିନଥିଲେ ମଧ୍ୟ  ଆକ୍ରମଣ ଅତି ଭୟାନକ ଥିଲା । କେନ୍ଦ୍ରୀୟ ଇସ୍ରାଏଲରେ ଥିବା ମୋସାଦ୍‌ (ଇସ୍ରାଏଲର ଗୁଇନ୍ଦା ସଂସ୍ଥା) ମୁଖ୍ୟାଳୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛି। ମୁଖ୍ୟାଳୟ ନିକଟରେ ଏକ କ୍ଷେପଣାସ୍ତ୍ର ମାଡ଼ ହେବାପରେ ରାସ୍ତା ମଝିରେ ବିଶାଳ ଗର୍ତ୍ତ ଦେଖିବାକୁ ମିଳିଛି। ସେହିଭଳି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ୍‌ ଡୋମ୍‌’କୁ ଟାର୍ଗେଟ୍‌ କରି ଛଡ଼ାଯାଇଥିବା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ମଧ୍ୟ ବିଫଳ ହୋଇଛି।  ଆକ୍ରମଣ ପାଇଁ ଇରାନ ହାଇପରସୋନିକ୍ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର  ନିକ୍ଷେପ କରିଥିବାରୁ ଏହାକୁ ଆମେରିକା ଗମ୍ଭୀରତାର ସହ ନେଇଛି ଏବଂ ଇରାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି। ଗତରାତିରେ ଇସ୍ରାଏଲର  ପ୍ରାୟ ୧୦ ନିୟୁତ ଲୋକଙ୍କୁ ବୋମା ଆଶ୍ରୟସ୍ଥଳକୁ ଯିବାକୁ ପଡ଼ିଥିଲା। ଅଧିକାଂଶ କ୍ଷେପଣାସ୍ତ୍ର ଆକାଶମାର୍ଗରେ ନଷ୍ଟ ହୋଇଯାଇଥିଲେ ହେଁ କିଛି କ୍ଷେପଣାସ୍ତ୍ର ତଳେ ମାଡ଼ ହେବାରୁ ହେବ୍ରୋନରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ଜାତିସଂଘ ମୁଖ୍ୟଙ୍କୁ ଇସ୍ରାଏଲର ବାସନ୍ଦ

ତେଲ୍‌ ଅବିବ୍‌: ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣକୁ ନିନ୍ଦା କରିବାରେ ବିଫଳ ହୋଇଥିବାରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ଇସ୍ରାଏଲ କଡ଼ା ସମାଲୋଚନା କରିବା ସହ ଇସ୍ରାଏଲ ପାଇଁ ସେ ଜଣେ ‘ଅଲୋଡ଼ା ବ୍ୟକ୍ତିତ୍ବ’ ବୋଲି ଘୋଷଣା କରିଛି। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କାଜ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓଙ୍କ ଇସ୍ରାଏଲ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇସ୍ରାଏଲ ଉପରେ ଇରାନର ଜଘନ୍ୟ ଆକ୍ରମଣକୁ ଯିଏ ସ୍ପଷ୍ଟ ଭାବେ ନିନ୍ଦା କରିପାରିବ ନାହିଁ, ସେ ଇସ୍ରାଏଲ ମାଟିରେ ପାଦ ରଖିବାକୁ ଯୋଗ୍ୟ ନୁହଁନ୍ତି ବୋଲି କାଜ୍‌ କହିଛନ୍ତି।  ଜାତିସଂଘର ସମର୍ଥନ ନମିଳିଲେ ମଧ୍ୟ ଇସ୍ରାଏଲ ତା’ର ନାଗରିକଙ୍କ ସୁରକ୍ଷା ଜାରି ରଖିବ ଏବଂ ନିଜର ଜାତୀୟ ମର୍ଯ୍ୟାଦା ବଜାୟ ରଖିବାକୁ ଅତି କଠୋର ପଦକ୍ଷେପ ନେବାକୁ ପଛାଇବ ନାହିିଁ ବୋଲି ସେ କହିଛନ୍ତି। 

ଗତରାତିରେ ଇରାନ ଇସ୍ରାଏଲ ଉପରକୁ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବାରୁ ନାଗରିକମାନଙ୍କୁ ବୋମାନିରୋଧୀ ଆଶ୍ରୟସ୍ଥଳୀରେ ରହିବାକୁ ବାଧ୍ୟ କରାଯାଇଥିଲା ଏବଂ ଦେଶର ଆକାଶମାର୍ଗକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଜାତିସଂଘ ନିଷ୍କ୍ରିୟ ରହିବା ଏବଂ ଆକ୍ରମଣକାରୀ ରାଷ୍ଟ୍ର ବିରୋଧରେ ମୁହଁ ନ ଖୋଲିବା ନିନ୍ଦନୀୟ ବୋଲି ଇସ୍ରାଏଲ କହିଛି। ଏଭଳି ସଂସ୍ଥାର ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ ଏବେ ଇସ୍ରାଏଲ ପାଇଁ ସଂପୂର୍ଣ୍ଣ ଅଦରକାରୀ ବୋଲି ଇସ୍ରାଏଲ ବିଦେଶ ମନ୍ତ୍ରୀଙ୍କ ବୟାନ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe