Image Courtesy of Zee Zee
ଜେରୁଜେଲମ୍: ରବିବାର ଦିନ ବିମାନଦ୍ବାରା ଆକ୍ରମଣ କରି ଇସ୍ରାଏଲ୍ ଅଧିକୃତ ୱେଷ୍ଟ୍ ବ୍ୟାଙ୍କ୍ ଅଞ୍ଚଳରେ ଥିବା ‘ଅଲ୍-ଅନ୍ସାର୍’ ମସ୍ଜିଦ୍ ତଳେ ଅବସ୍ଥିତ ହମାସ୍ ‘କମାଣ୍ଡ୍ ସେଣ୍ଟର୍’କୁ ଧ୍ବଂସ କରି ଦେଇଥିବା କଥା ଇସ୍ରାଏଲ୍ ସେନା କହିଛି।
‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ କହିବା ଅନୁସାରେ, ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିବା ଲାଗି ହମାସ୍ ଓ ପାଲେଷ୍ଟିନୀୟ ଇସ୍ଲାମିକ୍ ଜିହାଦ୍ ମସ୍ଜିଦ୍ ତଳେ ଥିବା ଏହି ପରିସର ବା କେନ୍ଦ୍ରକୁ ବ୍ୟବହାର କରୁଥିଲେ।
‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ ଆହୁରି ମଧ୍ୟ କହିଛି ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ୨୦୨୩ ଜୁଲାଇ ମାସରୁ ଏହି ମସ୍ଜିଦ୍କୁ ବେସ୍ ବା ଆଡ୍ଡା ରୂପେ ବ୍ୟବହାର କରାଯାଉଥିଲା। ସାଙ୍ଘାତିକ ଓ ତ୍ବରିତ୍ବ ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା କରିବାକୁ ହମାସ୍ ସଂଗଠନ ଏହି ମସ୍ଜିଦ୍କୁ ଉପଯୋଗ କରୁଥିବାରୁ ଆଞ୍ଚଳିକ ନିରାପତ୍ତା ପ୍ରତି ଘୋର ବିପଦ ଦେଖାଦେଇଥିଲା।
Image Courtesy of India Today‘ଅଲ୍-ଅନ୍ସାର୍ ମସ୍ଜିଦ୍’ରେ ଗୋଟାଏ ବିରାଟ ଭୂତଳ ଭିତ୍ତିଭୂମି ଠାବ କରାଯାଇଛି। ସେଠାରେ ବ୍ୟାପକ ଅସ୍ତ୍ରଶସ୍ତ୍ର ମଧ୍ୟ ଗଚ୍ଛିତ ରଖାଯାଇଛି। ଏଥିରୁ ସନ୍ଦେହ ହେଉଛି ଯେ, ସର୍ବସାଧାଣ ଅଟ୍ଟାଳିକାଗୁଡ଼ିକରେ ବି ଆତଙ୍କବାଦୀମାନଙ୍କର ନେଟ୍ୱାର୍କ ଚାଲିଛି ବୋଲି ‘ଇସ୍ରାଏଲ୍ ପ୍ରତିରକ୍ଷା ବଳ’ କହିଛି।
ଏମିତି ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ ତୀବ୍ରତର କରିଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ‘ଏନ୍କ୍ଲାଭ୍’କୁ ଆସିଥିବା ୨୦ଟି ସହାୟତା ଟ୍ରକ୍କୁ ସ୍ବାଗତ କରିଛନ୍ତି। ରାଫା ବର୍ଡର୍ କ୍ରସିଂ ବାଟେ ଆହୁରି ଅଧିକ ସହାୟତା ଆସିବ ବୋଲି ୱାସିଂଟନ୍ ପ୍ରତିବଦ୍ଧ ଓ ସୁନିଶ୍ଚି ବୋଲି ସେ କହିଛନ୍ତି।
Follow Us