ଇସ୍ରାଏଲୀ ଆକ୍ରମଣ: ପରିବାରର ୧୯ ସଦସ୍ୟଙ୍କୁ ହରାଇଲେ ଅଲ୍‌ ଜଜିରା କର୍ମଚାରୀ

Advertisment
ଇସ୍ରାଏଲୀ ଆକ୍ରମଣ: ପରିବାରର ୧୯ ସଦସ୍ୟଙ୍କୁ ହରାଇଲେ ଅଲ୍‌ ଜଜିରା କର୍ମଚାରୀ

ଗାଜା: ଅଲ୍‌ ଜଜିରାର ଜଣେ କର୍ମଚାରୀ ମହମ୍ମଦ ଅବୁ ଅଲ୍ କୁମସନ୍‌ ଇସ୍ରାଏଲ ଆକ୍ରମଣରେ ତାଙ୍କ ପରିବାରର ୧୯ ଜଣ ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ମଙ୍ଗଳବାର ଗାଜା ଷ୍ଟ୍ରିପ୍‌ର ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁଁ କୁମସନ୍‌ ତାଙ୍କ ପରିବାରର ପ୍ରାୟ ସମସ୍ତ ସଦସ୍ୟଙ୍କୁ ହରାଇ ଦେଇଛନ୍ତି। ଏହି ଆକ୍ରମଣରେ ୫୦ରୁ ଅଧିକ ପାଲେଷ୍ଟିନୀୟ ଏବଂ ଜଣେ ହମାସ କମାଣ୍ଡର ନିହତ ହୋଇଥିବା ରିପୋର୍ଟ ମିଳିଛି। ସୋ‌ସିଆଲ ମିଡିଆରେ ଏକ ପୋଷ୍ଟ୍‌ କରି ଅଲ୍‌ ଜଜିରା ଇସ୍ରାଏଲର ଏଭଳି ଆକ୍ରମଣକୁ କଡ଼ା ନିନ୍ଦା‌ କରିଛି। ସଂସ୍ଥାର ଇଞ୍ଜିନିୟର ମହମ୍ମଦ ଅବୁ ଅଲ କୁମସନ୍ ତାଙ୍କ ପରିବାରର ୧୯ ଜଣ ସଦସ୍ୟଙ୍କୁ ହରାଇ ଦେଇଛନ୍ତି ବୋଲି ଅଲ୍‌ ଜଜିରା ପକ୍ଷରୁ କୁହାଯାଇଛି।

ଏକ୍ସରେ ଏକ ପୋଷ୍ଟ୍‌ କରି ଅଲ୍‌ ଜଜିରା ପକ୍ଷରୁ କୁହାଯାଇଛି ଯେ ଜବାଲିଆ ଆକ୍ରମଣରେ କୁମସନ୍‌ ତାଙ୍କ ବାପା, ୨ ଭଉଣୀ, ୮ ପୁତୁରା-ଝିଆରି, ଭାଇ, ଭାଇଙ୍କ ପତ୍ନୀ ଏବଂ ସେମାନଙ୍କ ୪ ପିଲା, ଜଣେ ଭାଉଜ ଏବଂ ଜଣେ କାକାଙ୍କୁ ହରାଇ ଦେଇଛନ୍ତି। ଇସ୍ରାଏଲ ଏଭଳି ଜଘନ୍ୟ ଅପରାଧ ପାଇଁ ଉତ୍ତରଦାୟୀ ରହିବା ଉଚିତ ‌ବୋଲି ଅଲ୍‌ ଜଜିରା ପକ୍ଷରୁ କୁହାଯାଇଛି। ଏଥିସହ ମହମ୍ମଦ ଅବୁ ଅଲ୍‌ କୁମସନ୍‌ଙ୍କ ପରିବାର ସଦସ୍ୟଙ୍କ ପାଇଁ ନ୍ୟାୟ ଦାବି ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଏକ ବିବୃତି ଜାରି କରି ଦାବି କରିଛି ଯେ ଗାଜାର ବୃହତ୍‌ ଶରଣାର୍ଥୀ ଶିବିର ଜବାଲିଆରେ ଆକ୍ରମଣ ହେବାର କାରଣ ହେଉଛି ଜଣେ ପ୍ରମୁଖ ହମାସ୍‌ କମାଣ୍ଡର ଓ ତା’ର ସହଯୋଗୀମାନେ ଏହାର ଭୂତଳ ସୂଡ଼ଙ୍ଗରେ ଲୁଚି ରହିଥିଲେ। ଏହି ଆକ୍ରମଣରେ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ହମାସ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe