Advertisment

ହମାସ ନେତାଙ୍କ ଘର ଉପରେ ଇସ୍ରାଏଲର ଆକ୍ରମଣ: ବହୁ ଅଟ୍ଟାଳିକା ଧ୍ବସ୍ତ, ୪୨ ମୃତ

Advertisment
ହମାସ ନେତାଙ୍କ ଘର ଉପରେ ଇସ୍ରାଏଲର ଆକ୍ରମଣ: ବହୁ ଅଟ୍ଟାଳିକା ଧ୍ବସ୍ତ, ୪୨ ମୃତ

Yahoo News New Zealand

ଜେରୁଜେଲମ୍‌(ଇସ୍ରାଏଲ): ହମାସ ଆତଙ୍କବାଦୀଙ୍କ ଅକ୍ତିଆରରେ ଥିବା ପାଲେଷ୍ଟାଇନ୍‌ର ଗାଜା ପଟିରେ ରବିବାର ମଧ୍ୟ ଇସ୍ରାଏଲ ବିମାନ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରବିବାର ଭୋର୍‌ ବେଳେ ଗାଜା ଆକାଶରେ ଇସ୍ରାଏଲ୍‌ର ଯୁଦ୍ଧବିମାନଗୁଡ଼ିକ ବୋମା ବର୍ଷା କରିଚାଲିଥିଲେ। ଏହି ଆକ୍ରମଣରେ ହମାସର ଜଣେ ଶୀର୍ଷ ନେତାଙ୍କ ବାସଭବନ ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଥିବା ବେଳେ ଏକ ଶରଣାର୍ଥୀ ଶିବିରରେ ଥିବା ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ମୋଟ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଗତ ୪ ଦିନ ଭିତରେ ପ୍ରାୟ ପ୍ରାୟ ୨ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଗତକାଲି ମଧ୍ୟ ଆସୋସିଏଟେଡ୍‌ ପ୍ରେସ ଓ ଅଲ୍‌-ଜଜିରା ସମେତ ଅନ୍ୟାନ୍ୟ ବିଶ୍ବସ୍ତରୀୟ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ରହିଥିବା ଏକ ବିଶାଳ ଅଟ୍ଟାଳିକା ଧ୍ବଂସ ହୋଇଥିଲା।

ଗାଜାର ସିଫାସ୍ଥିତ ବୃହତ୍ତମ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇ ସେଠାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅପରପକ୍ଷେ, ବିଳମ୍ବିତ ରାତିରେ ହମାସ ଗୋଷ୍ଠୀର ରକେଟ୍‌ ମାଡ଼ରେ ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ରେ ଜଣେ ନାଗରିକଙ୍କମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ସୋମବାରରୁ ଆରମ୍ଭ ହୋଇଥିବା ଇସ୍ରାଏଲର ଏହି ଆକ୍ରମଣରେ ଗାଜା ପଟିରେ ମୋଟ ୪୧ ଜଣ ଶିଶୁ ଓ ୨୩ ଜଣ ମହିଳାଙ୍କ ସମେତ ୨୦୦ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଅପରପକ୍ଷେ, ଇସ୍ରାଏଲର ଜଣେ ସୈନିକ, ଦୁଇ ଜଣ ଶିଶୁ ଓ ଜଣେ ବୃଦ୍ଧା ସମେତ ୮ ଜଣ ପ୍ରାଣ ହରାଇଛନ୍ତି। ଗାଜାରୁ ହମାସମାନଙ୍କର ମୂଳୋତ୍ପାଟନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚଳାଇଥିବା ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମର୍ଥନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe