ଖାଦ୍ୟ ପାଇଁ ଅପେକ୍ଷା କରିଥିବା ଭୋକିଲାଙ୍କ ଉପରେ ଇସ୍ରାଏଲର ଆକ୍ରମଣ: ୫୦ ମୃତ, ୨୫୦ ଆହତ

Advertisment
ଖାଦ୍ୟ ପାଇଁ ଅପେକ୍ଷା କରିଥିବା ଭୋକିଲାଙ୍କ ଉପରେ ଇସ୍ରାଏଲର ଆକ୍ରମଣ: ୫୦ ମୃତ, ୨୫୦ ଆହତ

ଗାଜା: ମାନବୀୟ ସହାୟତା ପାଇଁ ଅପେକ୍ଷା କରିଥିବା ପାଲେଷ୍ଟାଇନ ନାଗରିକଙ୍କ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଇଛି। ଭୋକିଲା ଲୋକେ ଖାଦ୍ୟ ସାମଗ୍ରୀ ତଥା ଅନ୍ୟ ଅତ୍ୟାବଶ୍ୟକ ମାନବୀୟ ସହାୟତା ପାଇଁ ବହୁ ସଂଖ୍ୟାରେ ଅପେକ୍ଷା କରିଥିଲେ। ଗୁରୁବାର ଗାଜା ସହରରେ ଘଟିଥିବା ଏହି ଆକ୍ରମଣରେ ୫୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୦ ଆହତ ହୋଇଛନ୍ତି। ସ୍ଥାନୀୟ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ତେବେ ମୃତାହତଙ୍କ ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ମୃତକଙ୍କ ମୃତ‌ ଦେହ ଏବଂ ଆହତଙ୍କୁ ଉଦ୍ଧାର କରିବା ପାଇଁ ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆହତଙ୍କୁ ଠେଲାଗାଡ଼ିରେ ଚିକିତ୍ସା ପାଇଁ ହସ୍ପିଟାଲକୁ ଅଣାଯାଉଛି।

ଅଲ-ଅବଦା ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ମହମ୍ମଦ ସଲହା କହିଛନ୍ତି ସମସ୍ତ ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ସମ୍ଭବ ହେଉନାହିଁ। ଲୋକେ ହସ୍ପିଟାଲ ବାହାରେ ପଡ଼ି ରହିଛନ୍ତି। ହସ୍ପିଟାଲରେ ଚିକିତ୍ସା ସେବା ପୂର୍ଣ୍ଣ ରୂପେ ଆରମ୍ଭ ହୋଇନାହିଁ। ତେଣୁ ସମସ୍ୟା ଉପୁଜୁଛି। ବିଦ୍ୟୁତ ନ ଥିବାରୁ ବ୍ୟାଟେରି ଦ୍ବାରା ଅପରେଟିଂ ରୁମରେ କାର୍ଯ୍ୟ ସମ୍ପାଦିତ ହେଉଛି। କିଛି ଘଣ୍ଟା ମଧ୍ୟରେ ବ୍ୟାଟେରି ପାୱାର ମଧ୍ୟ ସରିଯିବ। ବିନା ବିଦ୍ୟୁତରେ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇବା ସମ୍ଭବ ହେବ ନାହିଁ।

ଆମ୍ବୁଲାନ୍ସ ସେବାର ମୁଖ୍ୟ ଫାରେସ ଅଫାନା କହିଛନ୍ତି ଘଟଣାସ୍ଥଳରେ ପହଞ୍ଚିଥିବା ଚିକିତ୍ସକ ଦଳ କହିଛନ୍ତି ବହୁ ଲୋକ ପଡ଼ି ରହିଛନ୍ତି। ସେମାନେ ସହାୟତା ପାଇଁ ବିକଳରେ ଚିତ୍କାର କରୁଛନ୍ତି। ଆମ୍ବୁଲାନ୍ସ ଅଭାବ ଥିବାରୁ ସେମାନଙ୍କୁ ହସ୍ପିଟାଲ ଆଣିବାରେ ସମସ୍ୟା ଦେଖାଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe