ଗାଜାରେ ହମାସ ସୁଡ଼ଙ୍ଗକୁ ଟାର୍ଗେଟ୍ କରି ଇସ୍ରାଏଲର ଆକ୍ରମଣ: ପଣବନ୍ଦୀ ଥିବା ମହିଳା ସୈନିକ ମୁକ୍ତ

Advertisment

ଯୁଦ୍ଧ ମୃତ୍ୟୁସଂଖ୍ୟା ୧୦ ହଜାର ମୁହାଁ

ଯୁଦ୍ଧ ମୃତ୍ୟୁସଂଖ୍ୟା ୧୦ ହଜାର ମୁହାଁ

ଗାଜାରେ ହମାସ ସୁଡ଼ଙ୍ଗକୁ ଟାର୍ଗେଟ୍ କରି ଇସ୍ରାଏଲର ଆକ୍ରମଣ: ପଣବନ୍ଦୀ ଥିବା ମହିଳା ସୈନିକ ମୁକ୍ତ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ସେନାର ସ୍ଥଳ ଅଭିଯାନ ବ୍ୟାପକ ହେବାପରେ ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ହୋଇଛି। ଗାଜାର ପ୍ରମୁଖ ରାସ୍ତାମାନଙ୍କରେ ଇସ୍ରାଏଲୀ ଟ୍ୟାଙ୍କଗୁଡ଼ିକ ଆକ୍ରମଣ ଜାରି ରଖିଛି। ହମାସ ମଧ୍ୟ ଉତ୍ତର ଏବଂ ଦକ୍ଷିଣ ଗାଜା ଅଞ୍ଚଳରେ ଇସ୍ରାଏଲୀ ସେନା ଉପରେ ମେସିନ୍ ଗନ୍ ଏବଂ ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ବ୍ୟବହାର କରି ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲୀ ସେନା ଗାଜାରେ ହମାସ ଆତଙ୍କବାଦୀଙ୍କ ବିଶାଳ ସୁଡ଼ଙ୍ଗ ନେଟୱର୍କରେ ଆକ୍ରମଣ କରିଛି ଏବଂ ଏହି ଅଭିଯାନରେ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଏହି ସୁଡ଼ଙ୍ଗ ନଷ୍ଟ କରିବା ଇସ୍ରାଏଲ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଇତିମଧ୍ୟରେ ହମାସ ପଣବନ୍ଦୀ ରଖିଥିବା ୨୩୯ ଇସ୍ରାଏଲୀ ନାଗରିକ ଏବଂ ସୈନିକଙ୍କ ମଧ୍ୟରୁ ଇସ୍ରାଏଲ ସେନା ଜଣେ ମହିଳା ସୈନିକଙ୍କୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି। ଉଦ୍ଧାର ହୋଇଥିବା ମହିଳା ସୈନିକଙ୍ଗ ନାଁ ଓରି ମେଗିଦିଶ। ସେ ଏବେ ଚିକିତ୍ସାଧୀନ ଥିବା ସେନା ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଯୁଦ୍ଧ ମୃତ୍ୟୁସଂଖ୍ୟା ୧୦ ହଜାର ମୁହାଁ ହୋଇଛି। ଇସ୍ରାଏଲ ଆକ୍ରମଣ ଯୋଗୁଁ ଗାଜାରେ ୮,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ହମାସ ଆକ୍ରମଣରେ ୧୪୦୦ରୁ ଅଧିକ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଛି। ଗାଜାରେ ୩ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୯୪୦ ଶିଶୁ ନିଖୋଜ ଅଛନ୍ତି। ୟୁନିସେଫ୍ ଅନୁଯାୟୀ ଡିହାଇଡ୍ରେସନ୍ ଯୋଗୁଁ ଗାଜାରେ ଶିଶୁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe