ଦିଲ୍ଲୀ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି: ଗର୍ଭବତୀଙ୍କୁ ମିଳିବ ୨୧ ହଜାର ଟଙ୍କା

Advertisment

ଦିଲ୍ଲୀ ବିଧାନସଭା ନିର୍ବା‌ଚନ ପାଇଁ ବିଜେପି ଆଜି ଇସ୍ତାହାର ଜାରି କରିଛି।  କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆଜି ଦଳର ଇସ୍ତାହାରର ପ୍ରଥମ ଭାଗ ଜାରି କରି କହିଛନ୍ତି, ବିଜେପି କଲ୍ୟାଣକାରୀ ପଦକ୍ଷେପର କେନ୍ଦ୍ରବିନ୍ଦୁରେ ରହିଛନ୍ତି ମହିଳା।

Updated On

ଦିଲ୍ଲୀ ବିଧାନସଭା ନିର୍ବା‌ଚନ ପାଇଁ ବିଜେପି ଆଜି ଇସ୍ତାହାର ଜାରି କରିଛି।  କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆଜି ଦଳର ଇସ୍ତାହାରର ପ୍ରଥମ ଭାଗ ଜାରି କରି କହିଛନ୍ତି, ବିଜେପି କଲ୍ୟାଣକାରୀ ପଦକ୍ଷେପର କେନ୍ଦ୍ରବିନ୍ଦୁରେ ରହିଛନ୍ତି ମହିଳା।

ଅଦ୍ୟତନ ହୋଇଛି
bjp flag

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବା‌ଚନ ପାଇଁ ବିଜେପି ଆଜି ଇସ୍ତାହାର ଜାରି କରିଛି।  କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଆଜି ଦଳର ଇସ୍ତାହାରର ପ୍ରଥମ ଭାଗ ଜାରି କରି କହିଛନ୍ତି,  ବିଜେପି କଲ୍ୟାଣକାରୀ ପଦକ୍ଷେପର କେନ୍ଦ୍ରବିନ୍ଦୁରେ ରହିଛନ୍ତି ମହିଳା। ବିଜେପିର ସଂକଳ୍ପପତ୍ରରେ ଗର୍ଭବତୀ ମହିଳାଙ୍କୁ  ଗୋଟିଏ କିସ୍ତିରେ ୨୧ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ୬ଟି ପୁଷ୍ଟିକର କିଟ୍‌ ସାଙ୍ଗକୁ ପ୍ରଥମ ଶିଶୁ ପାଇଁ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଶିଶୁ ପାଇଁ ୬ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି।  ନଡ୍ଡା ମଧ୍ୟ ଏକ ‘ମହିଳା  ସମୃଦ୍ଧି ଯୋଜନା’ ଘୋଷଣା’ କରିଛନ୍ତି। ଏହି ଯୋଜନା ଅଧୀନରେ ମହିଳାମାନେ ମାସିକ ୨୫୦୦ ଟଙ୍କା ଆର୍ଥିକ ସହାୟତା ପାଇବେ।  ୨୦୨୧ରେ ଆପ୍‌ ମହିଳାଙ୍କୁ ୧ ହଜାର ଟଙ୍କା ଦେବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏପର୍ଯ୍ୟନ୍ତ ପୂରଣ କରିନାହିଁ ବୋଲି ନଡ୍ଡା କହିଛନ୍ତି।  ଆପ୍‌ ଉଭୟ ପଂଜାବ ଏବଂ ଦିଲ୍ଲୀରେ ଏହାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରିନାହିଁ ବୋଲି ନଡ୍ଡା ଅଭିଯୋଗ କରିଛନ୍ତି।   ସେହିପରି ଏଲ୍‌ପିଜି ସିଲିଣ୍ଡର ଉପରେ ୫୦୦ ଟଙ୍କାର ସବ୍‌ସିଡି ଏବଂ ଦୀପାବଳି ଓ ହୋଲିରେ ୨ଟି ମାଗଣା ସିଲିଣ୍ଡର ଦିଆଯିବ ବୋଲି ବିଜେପି ଇସ୍ତାହାରରେ ଘୋଷଣା କରିଛି।  

ମହିଳାଙ୍କୁ ମାସିକ ୨୫୦୦ ଟଙ୍କା
ବର୍ଷରେ ଦୁଇ ଥର ମାଗଣା ସିଲିଣ୍ଡର

ନଡ୍ଡା ନିଶ୍ଚିତ କରିଛନ୍ତି ଯେ ଯଦି ବିଜେପି ଦିଲ୍ଲୀରେ କ୍ଷମତାକୁ ଆସେ ତେବେ ଏହା ପ୍ରଥମ କ୍ୟାବିନେଟ୍‌ ବୈଠକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବ।  ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ବୋଲି ଦଳର ଇସ୍ତାହାରରେ ଘୋଷଣା କରାଯାଇଛି।  ବିଜେପି ମଧ୍ୟ ଏକ ପେନସନ୍‌ ଯୋଜନା ଘୋଷଣା କରିଛି। ଏହି ଯୋଜନା ଅଧୀନରେ ୬୦-୭୦ ବର୍ଷ ବୟସ ମଧ୍ୟରେ ବରିଷ୍ଠ ନାଗରିକମାନେ ୨୦୦୦-୨୫୦୦ ଟଙ୍କା ପାଇବେ ଏବଂ ୭୦ ବର୍ଷରୁ ଊର୍ଦ୍ଧ୍ବ ୩ ହଜାର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe