ନୂଆଦିଲ୍ଲୀ: ଏକ ସଦ୍ୟତମ ଘଟଣାକ୍ରମରେ, ଗାଜାରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏକ କ୍ଷେପଣାସ୍ତ୍ର ମାଡ଼ ହେବା ଫଳରେ ୫୦ରୁ ଅଧିକ ପାଲେଷ୍ଟାନୀୟ ନିହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ମିଳିଛି। ତେବେ ସୂଚନା ଅନୁସାରେ କ୍ଷେପଣାସ୍ତ୍ରଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଶରଣାର୍ଥୀ ଶିବିରରେ ମାଡ଼ ହୋଇଥିବା ଜଣାପଡ଼ିଛି ।
ପାଲେଷ୍ଟାଇନରେ ସୃଷ୍ଟି ହୋଇଥିବା ମାନବିକ ସଙ୍କଟ ଦୂର କରିବା ପାଇଁ ଲଢ଼େଇ ବନ୍ଦ କରିବା ଦାବିକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରତ୍ୟାଖ୍ୟାନ କରିବା ପରେ ଇସ୍ରାଏଲ ମଙ୍ଗଳବାର କହିଛି ଯେ ଗାଜା ତଳେ ଥିବା ଇସ୍ଲାମବାଦୀଙ୍କ ବିଶାଳ ସୁଡ଼ଙ୍ଗ ନେଟୱାର୍କ ଭିତରେ ହମାସ ବନ୍ଧୁକଧାରୀଙ୍କ ଉପରେ ଇସ୍ରାଏଲ ଆକ୍ରମଣ କରିଛି।
ଇସ୍ରାଏଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ତିନି ସପ୍ତାହ ତଳେ ଇସ୍ରାଏଲରେ ହୋଇଥିବା ଗୁଳି ବିନିମୟରେ ୧,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହମାସ ଆନ୍ଦୋଳନକୁ ନିପାତ କରିବା ପାଇଁ ଗାଜା ଭିତରେ ସ୍ଥଳ ଅଭିଯାନକୁ ବିସ୍ତାର କରିବା ସହ ଏହି ଗାଜାରେ ଥିବା ହମାସର ସୁଡ଼ଙ୍ଗଗୁଡ଼ିକୁ ଧ୍ୱଂସ କରିବା ଇସ୍ରାଏଲ ସେନାର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏକ ବିବୃତିରେ କହିଛି ଯେ, ବିଗତ ଦିନରେ ମିଳିତ ଆଇଡିଏଫ ଯୁଦ୍ଧ ବାହିନୀ ପ୍ରାୟ ୩୦୦ଟି ଟାର୍ଗେଟ ଉପରେ ଆକ୍ରମଣ କରିଛି, ଯେଉଁଥିରେ ଆଣ୍ଟି ଟ୍ୟାଙ୍କ ମିସାଇଲ ଏବଂ ସଡଙ୍ଗ ତଳେ ଥିବା ରକେଟ୍ ଲଞ୍ଚ ପୋଷ୍ଟ ଏବଂ ହମାସ ଆତଙ୍କବାଦୀ ସଂଗଠନର ଭୂତଳ ସୁଡ଼ଙ୍ଗ ଭିତରେ ସାମରିକ କମ୍ପାଉଣ୍ଡ ରହିଥିଲା।। ଏହାର ଜବାବରେ ଆତଙ୍କବାଦୀମାନେ ଆଣ୍ଟି ଟ୍ୟାଙ୍କ ମିସାଇଲ ଓ ମେସିନ୍ ଗନ୍ରୁ ଗୁଳି ମାଡ଼ କରିଥିଲେ।
Follow Us