Image Courtesy of NDTV
ଜେରୁଜେଲମ୍: ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଅଣ୍ଟୋନି ବ୍ଲିଙ୍କେନ୍ଙ୍କୁ ଭେଟିବା ପରେ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଆଜି ତାଙ୍କ ଅଫିସ୍ କହିଛି।
ରବିବାର ଦିନ ଇସ୍ରାଏଲୀୟ ଏବଂ ଆରବ କୂଟନୈତିକମାନଙ୍କର ଏକ ଐତିହାସିକ ଶିଖର ସମ୍ମଳନୀ ଅବସରରେ ବ୍ଲିଙ୍କେନ୍ଙ୍କୁ ସାକ୍ଷାତ୍ କରିଥିବା ବେନେଟ୍ ଏବେ ଭଲ ଅଛନ୍ତି ଏବଂ ଘରେ ରହି ସରକାରୀ କାର୍ଯ୍ୟ ସମ୍ପାଦନ କରିବେ ବୋଲି ତାଙ୍କ ଅଫିସ୍ ଦେଇଥିବା ବିବୃତିରେ କହିଛି।
Image Courtesy of NDTVରବିବାର ଦିନ ଉତ୍ତର ଇସ୍ରାଏଲୀୟ ନଗରୀ ହାଡେରାରେ ବନ୍ଧୁକଧାରୀମାନେ ଦୁଇଜଣ ପୁଲିସଙ୍କୁ ଗୁଳି ମାରି ହତ୍ୟା କରିବା ପରେ ବେନେଟ୍ ହେଡେରା ଗସ୍ତ କରିଥିଲେ। ସେଠାରେ ପୁଲିସ ତାଙ୍କୁ ଆକ୍ରମଣ ଘଟଣା ସଂକ୍ଷେପରେ କହିଥିଲେ। ସେମାନେ ଜିହାଦୀ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ବୋଲି ଇସ୍ରାଏଲୀୟ ଗୁଇନ୍ଦା ରିପୋର୍ଟ କରିଥିଲେ।
ପ୍ରଧାନମନ୍ତ୍ରୀ ହାଡେରା ଗସ୍ତ ସମୟରେ ମାସ୍କ୍ ପିନ୍ଧିବା ଫଟୋ ଇସ୍ରାଏଲୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ, ସେଦିନ ଆମେରିକାର ବୈଦେଶିକ ସଚିବ ବ୍ଲିଙ୍କେନ୍ଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମଳନୀ ସମୟରେ ବେନେଟ୍ ‘ଫେସ୍ ମାସ୍କ୍’ ପିନ୍ଧି ନ ଥିଲେ।
୫୦ ବର୍ଷିୟ ବେନେଟ୍ ଏପ୍ରିଲ୍ ୩ରୁ ୫ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। ତାଙ୍କ ଭାରତ ଗସ୍ତ ବାତିଲ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
Follow Us