ବସରେ ଭର୍ତ୍ତି କରି ଗାଜା ପଠାଇ ଦିଆଯିବ; ଇସ୍ରାଏଲରେ ରହି ଗାଜାକୁ ସମର୍ଥନ କରୁଥିବା ଲୋକଙ୍କୁ ପୁଲିସର ଧମକ

Advertisment
ବସରେ ଭର୍ତ୍ତି କରି ଗାଜା ପଠାଇ ଦିଆଯିବ; ଇସ୍ରାଏଲରେ ରହି ଗାଜାକୁ ସମର୍ଥନ କରୁଥିବା ଲୋକଙ୍କୁ ପୁଲିସର ଧମକ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲର ଆକ୍ରମଣ ପାଇଁ ବହୁ ସଂଖ୍ୟକ ପାଲେଷ୍ଟେନୀୟଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ଅନେକ ଲୋକ ଗାଜାକୁ ସମର୍ଥନ କରି ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ଯୁଦ୍ଧକୁ ନେଇ ଇସ୍ରାଏଲରେ ମଧ୍ୟ କିଛି ଲୋକ ବିରୋଧ କରୁଛନ୍ତି, ଯାହାକୁ ନେଇ ଇସ୍ରାଏଲ୍ ପୁଲିସ୍ ମୁଖ୍ୟ ଏକ ବଡ଼ ବିବୃତି ଦେଇଛନ୍ତି। ଇସ୍ରାଏଲରେ ଗାଜାର ସମର୍ଥନରେ ପ୍ରଦର୍ଶନ କରୁଥିବା  ପ୍ରଦର୍ଶନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ କୋବି ଶବତାଇ କହିଛନ୍ତି। ଯଦି କେହି ଇସ୍ରାଏଲବାସୀ ଗାଜାକୁ ସମର୍ଥନ କରନ୍ତି, ତେବେ ସେମାନଙ୍କୁ ବସ୍‌ରେ ଭର୍ତ୍ତି କରି ଗାଜାକୁ ପଠାଯିବ ବୋଲି କହିଛନ୍ତି କୋବି ଶବତାଇ।

ବୁଧବାର ଦିନ ଇସ୍ରାଏଲର ହାଇଫା ସହରରେ ଗାଜା ଉପରେ ଇସ୍ରାଏଲ କରିଥିବା ବୋମା ବିସ୍ଫୋରଣ ବିରୋଧରେ ପ୍ରଦର୍ଶନ କରାଯାଇଥିଲା, ଯାହାକୁ ଖୁବ ଶୀଘ୍ର ପୁଲିସ ବନ୍ଦ କରିବା ସହ ୬ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫଦାରୀ ପରେ ଶବତାଇଙ୍କ ବିବୃତି ଇସ୍ରାଏଲ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା ଯେଉଁଥିରେ ସେ ବିକ୍ଷୋଭକାରୀଙ୍କୁ ଗାଜାକୁ ପଠାଇବାକୁ ଧମକ ଦେଇଥିଲେ।

ସେ କହିଥିଲେ ଯେ, 'ଯିଏ ଇସ୍ରାଏଲର ନାଗରିକ ଭାବରେ ବଞ୍ଚିବାକୁ ଚାହୁଁଛି ତାଙ୍କୁ ସ୍ୱାଗତ କରାଯିବ। ଏହା ସହ ଯେଉଁମାନେ ଗାଜା ସହିତ ରହିବାକୁ ଚାହାଁନ୍ତି ସେମାନଙ୍କୁ ମଧ୍ୟ ସ୍ୱାଗତ। ହେଲେ ସେମାନେ ଏଠାରେ ନୁହେଁ ଗାଜାରେ ରହିବା ଉଚିତ୍। ମୁଁ ସେମାନଙ୍କୁ ଗାଜା ଯାଉଥିବା ବସ୍‌ରେ ବସାଇ ସେଠାକୁ ପଠାଇଦେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe