ଗାଜା ଆଶ୍ରୟସ୍ଥଳରେ ଇସ୍ରାଏଲର ରକେଟ୍‌ ମାଡ଼, ୨୨ ମୃତ

Advertisment

ଦକ୍ଷିଣ ଗାଜା ସହରର ଏକ ସ୍କୁଲ୍ ଉପରେ ଇସ୍ରାଏଲ  ଆଜି ପୁଣି ରକେଟ୍‌ ମାଡ଼ କରିଛି। ଉକ୍ତ ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।  ସ୍କୁଲ୍‌ଟିରେ ମହିଳା ଏବଂ ଶିଶୁ ସମେତ ୨ ଶହରୁ ଅଧିକ ଲୋକ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା ବୋଲି ପାଲେଷ୍ଟାଇନ୍‌ ପକ୍ଷରୁ ଦାବି ହୋଇଛି।

djggjddgjgjgj

ନୂଆଦିଲ୍ଲୀ: ଦକ୍ଷିଣ ଗାଜା ସହରର ଏକ ସ୍କୁଲ୍ ଉପରେ ଇସ୍ରାଏଲ  ଆଜି ପୁଣି ରକେଟ୍‌ ମାଡ଼ କରିଛି। ଉକ୍ତ ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।  ସ୍କୁଲ୍‌ଟିରେ ମହିଳା ଏବଂ ଶିଶୁ ସମେତ ୨ ଶହରୁ ଅଧିକ ଲୋକ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା ବୋଲି ପାଲେଷ୍ଟାଇନ୍‌ ପକ୍ଷରୁ ଦାବି ହୋଇଛି। କିନ୍ତୁ ଇସ୍ରାଏଲ ସେନା କହିଛି  ଏହି ସ୍କୁଲ ଆତଙ୍କବାଦୀ ସଂଗଠନ ହମାସ୍‌ର କମାଣ୍ଡ ସେଣ୍ଟର୍‌ ପାଲଟି ଯାଇଥିବାରୁ ଏହାକୁ ଟା‌ର୍ଗେଟ୍‌ କରାଯାଇଥିଲା।

ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଆକ୍ରମଣରେ   ଅଧିକାଂଶ   ମହିଳା  ଓ ଶିଶୁ ପ୍ରାଣ ହରାଇଛନ୍ତି।  ହମାସ୍‌ ପରିଚାଳିତ ସରକାରୀ ଗଣମାଧ୍ୟମ  ଅନୁଯାୟୀ ୧୩ ଶିଶୁ ଏବଂ ୬ ମହିଳାଙ୍କର ମୃତ୍ୟୁ ହୋଇଛି। ଅନ୍ୟପ‌କ୍ଷେ ଦକ୍ଷିଣ ଗାଜା ଷ୍ଟ୍ରିପ୍‌ର ରାଫାରେ ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗୋଦାମ ଉପରେ ଇସ୍ରାଏଲ ଆକ୍ରମଣ ଫଳରେ ୪ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe