ଚାରିଟି ସହଜ ଉପାୟରେ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ ଲାଗି ଭାରତରେ ଚୂଡ଼ାନ୍ତ ପରୀକ୍ଷା କରିବେ ଇସ୍ରାଏଲ୍‌ର ବୈଜ୍ଞାନିକ

Advertisment
ଚାରିଟି ସହଜ ଉପାୟରେ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ ଲାଗି ଭାରତରେ ଚୂଡ଼ାନ୍ତ ପରୀକ୍ଷା କରିବେ ଇସ୍ରାଏଲ୍‌ର ବୈଜ୍ଞାନିକ

Image Courtesy of Hindustan Times

ନୂଆଦିଲ୍ଲୀ: ଚାରିଟି ସହଜ ଉପାୟରେ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ପଦ୍ଧତି ଚୂଡ଼ାନ୍ତ କରିବା ନିମନ୍ତେ ଭାରତୀୟ ବୈଜ୍ଞାନିକଙ୍କୁ ସହଯୋଗ କରିବାକୁ ଏ ସପ୍ତାହରେ ଇସ୍ରାଏଲ୍‌ର ଦଳେ ବୈଜ୍ଞାନିକ ଭାରତ ଆସିବେ।

ଚାରିଟି ଉପାୟରୁ ଦୁଇଟି ହେଉଛି କୋଭିଡ୍-୧୯ ପରୀକ୍ଷା ଯେଉଁଥିରେ ମନୁଷ୍ୟ ଲାଳ ନମୁନାରୁ ମାତ୍ର କେଇ ମିନିଟ୍‌ ମଧ୍ୟରେ ‘ସାର୍ସ-କୋଭ୍-୨ ଭୂତାଣୁ’ର ଅଛି କି, ନାହିଁ ଜାଣି ହେବ। ତୃତୀୟ ଉପାୟଟି ହେଉଛି ମନୁଷ୍ୟର କଣ୍ଠ ସ୍ବର ଶୁଣି ଜାଣି ହେବ ସେ କୋଭିଡ୍-୧୯ ଆକ୍ରାନ୍ତ କି, ନୁହନ୍ତି। ଚତୁର୍ଥ ଉପାୟଟି ହେଉଛି ଏକ ଭାଇରସ୍ ଡିଟେକ୍ଟର୍ ଯାହା ରେଡିଓ ତରଙ୍ଗ ଦ୍ବାରା ପ୍ରଶ୍ବାସ ବାୟୁ ନମୁନା ଅନୁଶୀଳନ କରି ଭୂତାଣରୁ ଉପସ୍ଥିତି ବାରି ପାରିବ।

ଜାତୀୟ ରାଜଧାନୀସ୍ଥିତ ‘ଏମ୍‌ସ୍‌’ରେ ଇସ୍ରାଏଲୀୟ ବୈଜ୍ଞାନିକମାନେ ପରୀକ୍ଷା ଚଳାଇବେ। ଉପରୋକ୍ତ ପଦ୍ଧତିଗୁଡ଼ିକର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଇସ୍ରାଏଲ୍‌ରେ ଶେଷ ହୋଇଛି। ଚୂଡ଼ାନ୍ତ ପରୀକ୍ଷା ଭାରତରେ କରାଯିବ ବୋଲି ଭାରତସ୍ଥିତ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ରୋନ୍ ମାଲକିନ୍ କହିଛନ୍ତି।

ଏହି ଚାରିଟି କ‌ୋଭିଡ୍-୧୯ ଭୂତାଣୁ ଚିହ୍ନଟ ଉପାୟରୁ ଗୋଟିଏ ହେଉଛି ନୂତନ ପରୀକ୍ଷା। ସେଥିରେ ପଲିଆମିନୋଏସିଡ୍ ବ୍ୟବହାର କରାଯାଇ ମାତ୍ର ୩୦ ମିନିଟ୍‌ ମଧ୍ୟରେ ଫଳାଫଳ ଜାଣିହୁଏ ବୋଲି ଇସ୍ରାଏଲ୍‌ର ଡାଇରେକ୍ଟୋରେଟ୍ ଅଫ୍ ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେ‌ଭ୍‌ଲପ୍‌ମେଣ୍ଟ୍‌ର ମୁଖ୍ୟ ଡେନି ଗୋଲ୍‌ଡ୍ କହିଛନ୍ତି।

publive-image Image Courtesy of Livemint

ଦ୍ବିତୀୟ ପରୀକ୍ଷାଟି ଶସ୍ତାରେ ହୋଇପାରୁଥିବା ବାୟୋକେମିକାଲ୍ ଯାହା ଘରେ କରାଯାଇ ୩୦ ମିନିଟ୍ ମଧ୍ୟରେ ଫଳାଫଳ ଜାଣିହେବ। ଉଭୟ ପରୀକ୍ଷା‌ ନିମନ୍ତେ ମୁନଷ୍ୟ ଲାଳକୁ ନମୁନା ଭାବେ ବ୍ୟବହାର କରାଯିବ।

ତୃତୀୟ ଉପାୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜନ୍ସ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ କଣ୍ଠ ସ୍ବର ଶୁଣି ସେ କୋଭିଡ୍ ସଂକ୍ରମିତ କି, ନା ଜାଣିବା। କୋଭିଡ୍-୧୯ ଶ୍ବାସପ୍ରଶ୍ବାସଜନିତ ସଂକ୍ରମଣ ହୋଇଥିବାରୁ ଏ ଭଳି ଉପାୟରେ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି। ମୋବାଇଲ୍‌ ଫୋନ୍‌ରେ ବି ଏହି ପରୀକ୍ଷା କରାଯାଇ ପାରିବ।

ଚତୁର୍ଥ ଉପାୟଟି ହେଉଛି ବ୍ରିଦ୍‌ ଆନାଲାଇଜର୍। ଜଣେ ଗୋଟାଏ ନଳୀ ମଧ୍ୟକୁ ପ୍ରଶ୍ବାସ ବାୟୁ ଛାଡ଼ିବେ। ସେହି ନଳୀକୁ ନେଇ ଟେଟ୍ରାହର୍ଜ ରେଡିଓ ଫ୍ରିକ୍ବେନ୍ସି ଏବଂ ଆଗ୍ଲୋରିଦିମ୍ ବ୍ୟବହାର କରୁଥିବା ଯନ୍ତ୍ରରେ ରଖାଯିବ। ଏହାର ଫଳାଫଳରୁ ଜଣାପଡ଼ିଯିବ ସମ୍ପୃକ୍ତ ବ୍ୟକ୍ତି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ କି, ନୁହନ୍ତି।

ମିଳିତ ଭାବେ ଇସ୍ରାଏଲୀୟ ଓ ଭାରତୀୟ ବୈଜ୍ଞାନିକମାନେ ଉପରୋକ୍ତ ଉପାୟରେ ପ୍ରାୟ ୫୦୦୦ ହଜାର ପରୀକ୍ଷା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe