ଅହମଦାବାଦ ରୋଡ୍‌ସୋ’ରେ ମୋଦି ଓ ନେତାନ୍ୟାହୁଙ୍କୁ ଜଗିବେ ସ୍ନିପର୍‌ ଏବଂ ଚେତକ କମାଣ୍ଡୋ

Advertisment
ଅହମଦାବାଦ ରୋଡ୍‌ସୋ’ରେ ମୋଦି ଓ ନେତାନ୍ୟାହୁଙ୍କୁ ଜଗିବେ ସ୍ନିପର୍‌ ଏବଂ ଚେତକ କମାଣ୍ଡୋ

Image Courtesy of Zee News

ଅହମଦାବାଦ: ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇସ୍ରାଏଲୀୟ ପ୍ରତିପକ୍ଷଙ୍କ ମିଳତ ରୋଡ୍‌ସୋ’ ପୂର୍ବରୁ ଅହମଦାବାଦରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯିବା ସହ ସାଜସଜ୍ଜା କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ନେତାନ୍ୟାହୁଙ୍କ ରୋଡ୍‌ସୋ’ ସହରର ବିମାନ ବନ୍ଦରରୁ ଆରମ୍ଭ ହୋଇ ଆଠ କିଲୋମିଟର ଦୂର ସାବରମତୀ ଆଶ୍ରମରେ ଶେଷ ହେବ।

ଏହି ରାସ୍ତାର ଉଭୟ ପାର୍ଶରେ ପ୍ରାୟ ୫୦ଟି ମଞ୍ଚ ବନ୍ଧା ଯାଇଛି। ବିଭିନ୍ନ ରାଜ୍ୟର ଲୋକେ ଇସ୍ରାଏଲୀୟ ନେତା ନେତାନ୍ୟାହୁଙ୍କୁ ସ୍ୱାଗତ କରିବେ।
ପୂର୍ବାହ୍ନ ସାଢ଼େ ୧୦ଟାବେଳେ ଦୁଇ ନେତା ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜୟ ରୂପାନି ସରକାରଙ୍କର ବରିଷ୍ଠ ମନ୍ତ୍ରୀମାନେ ତାଙ୍କୁ ପାଛୋଟି ନେବେ।

ଏହି ରୋଡ୍‌ସୋ’ରେ ଉଭୟ ନେତାଙ୍କୁ ପହରା ଦେବେ ଇସ୍ରାଏଲୀୟ ସ୍ନିପର୍‌ ଏବଂ ଚେତକ କମାଣ୍ଡୋ, କୁଇକ୍‌ ରେସ୍‌ପନ୍‌ସ୍‌ ଟିମ୍‌, ବୋମା ଠାବ ଓ ନିଷ୍କ୍ରିୟକାରୀ ଦଳ ଏବଂ ଗୁଜୁରାଟ ପୁଲିସ।

ଏହାଛଡ଼ା ଏହି ରାସ୍ତା ପାର୍ଶ୍ୱରେ ଥିବା ସୁଉଚ୍ଚ ଅଟାଳିକାମାନଙ୍କରେ ସ୍ୱତନ୍ତ୍ର ସ୍କ୍ଵାଡ୍‌ ମୁତୟନ କରାଯାଇଛି। ଉଭୟ ନେତା ଆଶ୍ରମରେ ଥିବାବେଳେ ସାବରମତୀ ନଦୀରେ ସ୍ପିଡ୍‌ବୋଟ୍‌ରେ ସ୍କ୍ଵାଡ୍‌ମାନେ ପଇଁତରା ମାରିବେ।

ପରେ ମୋଦି ଏବଂ ନେତାନ୍ୟାହୁ ଅହମଦାବାଦର ଦେଓ ଧୋଲେରା ଗାଁ’ରେ ଆଇକ୍ରିଏଟ୍‌ ସେଣ୍ଟର୍‌ ଉଦ୍ଘାଟନ କରିବେ। ତା’ପରେ ଉଭୟ ଏକ କମ୍ପାନି ପ୍ରଦର୍ଶନୀକୁ ଯାଇ ସେଠାରେ ସିଇଓମାନଙ୍କ ସହ ଆଲୋଚନା କରିବେ।

ଭିଡିଓ ଲିଙ୍କ୍‌ ଜରିଆରେ ସାବରକଣ୍ଠ ଜିଲ୍ଲା ଅନ୍ତର୍ଗତ ସୁଇଗମ୍‌ ତାଲୁକ ପାଇଁ ଉଦ୍ଦିଷ୍ଟ ଏକ ମୋବାଇଲ୍‌ ଓ୍ଵାଟର୍‌ ଡିସାଲାଇନେସନ୍‌ ଭ୍ୟାନ୍‌ ଉତ୍ସର୍ଗ କରିବେ। ସେଠାରୁ ପନିପରିବା ପାଇଁ ବିଖ୍ୟାତ ବନସ୍କାନ୍ତ ଜିଲ୍ଲାର ଭଦ୍ରାଦ ପରିଦର୍ଶନରେ ଯିବେ।

ସେଠାରୁ ନେତାନ୍ୟାହୁ ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe