ଆମଷ୍ଟରଡାମରେ ଇସ୍ରାଏଲୀ ଫୁଟବଲ ପ୍ରସଂଶକଙ୍କ ଉପରେ ଆକ୍ରମଣ

ନେଦରଲାଣ୍ଡସର ଆମଷ୍ଟରଡାମରେ ଏକ ଫୁଟବଲ୍ ମ୍ୟାଚ୍ ବେଳେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଛି। ଏଠାରେ ଇହୁଦୀମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏଥିରେ ୫ ଜଣ ଇସ୍ରାଏଲବାସୀ ଆହତ ହୋଇଥିବା ସୂଚନାମିଳିଛି ।

israel

ଆମଷ୍ଟରଡାମ : ନେଦରଲାଣ୍ଡସର ଆମଷ୍ଟରଡାମରେ ଏକ ଫୁଟବଲ୍ ମ୍ୟାଚ୍ ବେଳେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଛି। ଏଠାରେ ଇହୁଦୀମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏଥିରେ ୫ ଜଣ ଇସ୍ରାଏଲବାସୀ ଆହତ ହୋଇଥିବା ସୂଚନାମିଳିଛି ।

ଆହତମାନଙ୍କୁ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୬୨ ପାଲେଷ୍ଟାଇନ ସମର୍ଥକଙ୍କୁ ଗିରଫ କରାଯାଇଛି।
ଏହି ଘଟଣା ପରେ 'ଏକ୍ସ'ରେ ଏକ ପୋଷ୍ଟରେ ପୁଲିସ କହିଛି ଯେ ସେମାନେ ପୃଥକ ହିଂସାକାଣ୍ଡଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗୁରୁବାର ରାତିର ହିଂସାକାଣ୍ଡରେ ଆହତ କିମ୍ବା ଅଟକ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇନାହିଁ। 

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ରାତିରେ ପାଲେଷ୍ଟାଇନ ସମର୍ଥକ ଭିଡ଼ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଇସ୍ରାଏଲ ଫୁଟବଲ ପ୍ରଶଂସକଙ୍କୁ ଇସ୍ରାଏଲକୁ ଆଣିବା ପାଇଁ ଆମଷ୍ଟରଡାମକୁ ଦୁଇଟି ବିମାନ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶଂସକମାନେ ମାକାବି ତେଲ ଆଭିଭ ବନାମ ଆଜାକ୍ସ ଆମଷ୍ଟରଡାମମଧ୍ୟରେ ୟୁରୋପା ଲିଗ୍ ମ୍ୟାଚ୍ ଦେଖିବା ପାଇଁ ନେଦରଲ୍ୟାଣ୍ଡ୍ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe