ଗାଜା ହସ୍ପିଟାଲ ବାହାରେ ଇସ୍ରାଏଲ ଟ୍ୟାଙ୍କ, ଡାକ୍ତର କହିଲେ- ମୃତ୍ୟୁର ଚକ୍ରବ୍ୟୁହରେ ଫସି ଯାଇଛୁ...

Advertisment
ଗାଜା ହସ୍ପିଟାଲ ବାହାରେ ଇସ୍ରାଏଲ ଟ୍ୟାଙ୍କ, ଡାକ୍ତର କହିଲେ- ମୃତ୍ୟୁର ଚକ୍ରବ୍ୟୁହରେ ଫସି ଯାଇଛୁ...

ଗାଜା/ଜେରୁଜେଲମ୍‌: ଗାଜା ଉପତ୍ୟକାର ଉତ୍ତର ଭାଗକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚାଲିଥିବା ଲଢ଼େଇର ମୁଖ୍ୟ ଟାର୍ଗେଟ ଥିବା ଗାଜା ସିଟିର ମୁଖ୍ୟ ଡାକ୍ତରଖାନା ଗେଟ୍‌ରେ ଇସ୍ରାଏଲ ସେନା ପହଞ୍ଚି ଯାଇଛନ୍ତି।

ଅଲ୍‌ ଶିଫା ହସ୍ପିଟାଲରେ ଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅସରଫ ଅଲ୍‌ କିଦ୍ରା କହିଛନ୍ତି ଯେ ଡାକ୍ତରଖାନା ଅବରୋଧ ଏବଂ ଏହାର ବିଦ୍ୟୁତ୍‌ ବିଚ୍ଛିନ୍ନ ହେବା କାରଣରୁ ଗତ ତିନି ଦିନ ମଧ୍ୟରେ ୩ ଜଣ ନବଜାତ ଶିଶୁଙ୍କ ସମେତ ୩୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ୬୫୦ ଜଣ ରୋଗୀ ଏବେ ବି ଡାକ୍ତରଖାନା ଭିତରେ ଅଛନ୍ତି। ରେଡ୍‌ କ୍ରସ୍‌ କିମ୍ବା ଅନ୍ୟ କୌଣସି ନିରପେକ୍ଷ ଏଜେନ୍‌ସି ଦ୍ୱାରା ଅନ୍ୟ କୌଣସି ମେଡିକାଲକୁ ସ୍ଥାନାନ୍ତର କରିଯିବା ଆଶାରେ ଏମାନେ ରହିଛନ୍ତି।

ଇସ୍ରାଏଲ କହିଛି ଯେ ଏହି ଡାକ୍ତରଖାନା ହମାସ ଯୋଦ୍ଧାଙ୍କ ମୁଖ୍ୟାଳୟ ଥିବା ସୁଡ଼ଙ୍ଗ ଉପରେ ହିଁ ରହିଛି। ସେମାନେ ରୋଗୀମାନଙ୍କୁ ଢାଲ ଭାବରେ ବ୍ୟବହାର କରିବା ପାଇଁ ଏହାକୁ ଏବେ ବ୍ୟବହାର କରୁଥିବାରୁ ରୋଗୀଙ୍କ ଦୁର୍ଦ୍ଦଶା ପାଇଁ ସେମାନେ ଦାୟୀ। ତେବେ, ହମାସ ଏହାକୁ ଅସ୍ୱୀକାର କରିଛି।

‘ହସ୍ପିଟାଲ ସମ୍ମୁଖରେ ପାଣିଟାଙ୍କି ରହିଛି। ଏହା ଏକ ବେସାମରିକ ଅଞ୍ଚଳ ହୋଇଥିଳେ ହେଁ ଏହାକୁ ସମ୍ପୂର୍ଣ୍ଣ ଅବରୋଧ କରାଯାଇଛି। ଏହି କେବଳ ହସ୍ପିଟାଲରେ ରୋଗୀ, ଡାକ୍ତର ଓ ଅନ୍ୟାନ୍ୟ ସାଧାରଣ ନାଗରିକ  ରହିଛନ୍ତି। ତେଣୁ ଏହାକୁ ଅବରୋଧ କରିବା କ’ଣ ଦରକାର ? ବୋଲି ପ୍ରଶ୍ନ କରିଛନ୍ତି ଡାକ୍ତରଖାନାର ଜଣେ ସର୍ଜନ ଡାକ୍ତର ଅହମ୍ମଦ ଏଲ୍‌ ମୋଖଲ୍ଲାଟି।

ସେମାନେ ପାଣିଟାଙ୍କି ଉପରକୁ ବୋମା ମାଡ଼ କରିଥିଲେ, ଅକ୍ସିଜେନ୍‌ ପମ୍ପକୁ ମଧ୍ୟ ବୋମା ମାଡ଼ କରିଥିଲେ। ଏପରିକି ସେମାନେ ଡାକ୍ତରଖାନାର ସମସ୍ତ ଜିନିଷ ଉପରେ ବୋମାମାଡ଼ କରିଥିଲେ। ତେଣୁ ଆମେମାନେ ଏଠାରେ ବଞ୍ଚି ରହିବା କଷ୍ଟକର । ଆମେ ସମସ୍ତଙ୍କୁ ଜଣାଉଛୁ, ରୋଗୀଙ୍କ ଚିକିତ୍ସା ପାଇଁ ଏ ଡାକ୍ତରଖାନା ଆଉ ସୁରକ୍ଷିତ ସ୍ଥାନ ନୁହେଁ। ରୋଗୀଙ୍କୁ ଏଠାରେ ରଖି ଆମେ ସେମାନଙ୍କୁ କ୍ଷତି ପହଞ୍ଚାଉଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe