ହମାସ୍‌ ଆକ୍ରମଣରୁ ବଞ୍ଚିବାକୁ ମୁହଁରେ ରକ୍ତ ମାଖି ମଲା ପରି ପଡ଼ିରହିଲେ ଇସ୍ରାଏଲୀୟ ମହିଳା

Advertisment
ହମାସ୍‌ ଆକ୍ରମଣରୁ ବଞ୍ଚିବାକୁ ମୁହଁରେ ରକ୍ତ ମାଖି ମଲା ପରି ପଡ଼ିରହିଲେ ଇସ୍ରାଏଲୀୟ ମହିଳା

Image Courtesy of NDTV

ଜେରୁଜେଲମ୍‌: ପ୍ରାୟ ମାସେ ତଳେ ସଙ୍ଗୀତ ମହୋତ୍ସବସ୍ଥଳରେ କୌଶଳକ୍ରମେ ହମାସ୍‌ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ମହିଳା ପୁଣି ଘଟଣାସ୍ଥଳକୁ ଆସି ଆଖି ଲୁହ ଛଳଛଳ କରି ଭାବପ୍ରବଣ ହୋଇପଡ଼ିଛନ୍ତି।

‘ବାର୍‌ ଆଟେଣ୍ଡର୍‌’ ଭାବେ କାମ କରୁଥିବା ୩୦ ବର୍ଷୀୟ ମେ’ ହାୟାତ୍‌ ଅକ୍ଟୋବର ୭ ତାରିଖ ଦିନ ‘ନୋଭା ମ୍ୟୁଜିକ୍‌ ଫେଷ୍ଟିଭାଲ୍‌’ ଦେଖୁଥିବା ବେଳେ ହମାସ୍‌ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ। ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିବା ପାଇଁ ହାୟାତ୍ ଜଣେ ମୃତବ୍ୟକ୍ତିଙ୍କ ଦେହରୁ ରକ୍ତ ଆଣି ନିଜ ମୁହଁରେ ବୋଳି ଗୋଟାଏ ମଞ୍ଚ ତଳେ ମଲା ପରି ପଡ଼ି ରହିଥିଲେ। ଏହାର କିଛି ଘଣ୍ଟା ପରେ ଇସ୍ରାଏଲୀୟ ସୈନିକମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ହାୟାତ୍‌ଙ୍କ ଦୁର୍ଦ୍ଦଶାର ଅବସାନ ଘଟିଥିଲା। ସେମାନେ ତାଙ୍କୁ ଉଦ୍ଧାର କରିଥିଲେ।

publive-image Image Courtesy of NDTV

ସେଦିନର ମାନସିକ ଆଘାତ ଓ ଦୁଃଖଦ ଘଟଣା ପାଇଁ ବାକି ରହିଯାଇଥିବା କିଛି ଲୁହ ନିଗାଡ଼ିବା ପାଇଁ ହାୟାତ୍‌ ଗତ ସୋମବାର ଦିନ ପୁଣି ଥରେ ସେଦିନର ସେ ଉତ୍ସବସ୍ଥଳକୁ ଆସିଥିଲେ। ସେଠାରେ ହାୟାତ୍‌ଙ୍କ ଜଣେ ବାନ୍ଧବୀଙ୍କ ଭାଇ ମଧ୍ୟ ହମାସ୍‌ ଆକ୍ରମଣରେ ନିହତ ହୋଇଥିଲେ। ସେ ବାନ୍ଧବୀ ହିଁ ସୋମବାର ଦିନ ହୟାତ୍‌ଙ୍କୁ କୋଳେଇ ଶାନ୍ତ୍ବନା ଦେଇଥିଲେ।

publive-image Image Courtesy of Reuters

ସଦ୍ୟତମ ସୂଚନା ଅନୁସାରେ, ମଙ୍ଗଳବାର ଦିନ ଇସ୍ରାଏଲ୍‌ କହିଛି ଯେ, ତା’ର ସୈନିକମାନେ ଗାଜା ସିଟିର କେନ୍ଦ୍ରସ୍ଥଳରେ ପହଞ୍ଚି ହମାସ୍‌ ତଲାସ ଅଭିଯାନ ଚଳାଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ୍‌  ସାମ୍ବାଦିକମାନଙ୍କୁ କହିଛନ୍ତି, ହମାସ୍‌କୁ ଧ୍ବଂସ କରିବା ଲାଗି ଇସ୍ରାଏଲ୍‌ ଦୃଢ଼ପ୍ରତିଜ୍ଞ। ଆମେ ଗାଜା ସିଟିର ମଧ୍ୟସ୍ଥଳରେ ପହଞ୍ଚିଯାଇଛୁ। ଗାଜା ହେଉଛି ଆତଙ୍କବାଦୀମାନଙ୍କର ସର୍ବବୃହତ୍‌ ଆଡ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe