ଗାଜାରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ‘ଆତ୍ମରକ୍ଷା’କୁ ଟପି ଯାଇଛି: ଚୀନ୍‌ ବୈଦେଶିକ ମନ୍ତ୍ରୀ

Advertisment
ଗାଜାରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ‘ଆତ୍ମରକ୍ଷା’କୁ ଟପି ଯାଇଛି: ଚୀନ୍‌ ବୈଦେଶିକ ମନ୍ତ୍ରୀ

Image Courtesy of India Today

ବେଜିଙ୍ଗ୍‌: ଗାଜାରେ ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ‘ଆତ୍ମରକ୍ଷା ପରିସରକୁ ଟପିଯାଇଛି’ ବୋଲି ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି କହିଛନ୍ତି।

ସେ କହିଛନ୍ତି, ଗାଜାବାସୀଙ୍କ ଉପରେ ଇସ୍ରାଏଲ୍‌ ସରକାର ତା’ର ସମ୍ମିଳିତ ଦଣ୍ଡବିଧାନ ବନ୍ଦ କରିବା ଉଚିତ ବୋଲି କହି ୟି କହିଛନ୍ତି, ଇସ୍ରାଏଲ୍‌ ଆନ୍ତର୍ଜାତିକ ସମୁଦାୟ ଓ ଜାତିସଂଘର ମହାସଚିବଙ୍କ କଥା ଉପରେ ଗୁରୁତ୍ବ ଦେବା ଉଚିତ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ୱାଙ୍ଗ୍‌ଙ୍କ ପାଖକୁ ଫୋନ୍‌ କରିଥିଲେ। ଇସ୍ରାଏଲ୍‌-ହମାସ୍‌ ଲଢ଼େଇକୁ ବଡ଼ ଧରଣର ଯୁଦ୍ଧ ନ କରାଇ ଦେବା ଲାଗି ବ୍ଲିଙ୍କେନ୍‌ ଫୋନ୍‌ କରି ବେଜିଙ୍ଗ୍‌ର ସହାୟତା ଲୋଡ଼ିଥିଲେ। ଏହାର ଦିନକ ପରେ ଅର୍ଥାତ୍‌ ଆଜି ୱାଙ୍ଗ୍‌ ୟି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

publive-image Image Courtesy of South China Morning Post

ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଅନୁସାରେ, ଶନିବାର ଦିନ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଯୁବରାଜ ଫୈସାଲ୍‌ ବିନ୍‌ ଫର୍‌ହଦ୍‌ଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରିବା ପରେ ଏହି ଟିପ୍ପଣୀ ଦେଇଛନ୍ତି।

ଫୋନ୍‌ରେ ୱାଙ୍ଗ୍‌ ୟି ସାଉଦି ବୈଦେଶିକ ମନ୍ତ୍ରୀଙ୍କୁ କହିଛନ୍ତି, ପରିସ୍ଥିତିକୁ ବିଗାଡ଼ିବା ଲାଗି ସବୁ ପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଯଥାଶୀଘ୍ର ସମ୍ଭବ ବୁଝାମଣା କରିବା ଉଚିତ।

ଚୀନ୍‌ ରାଷ୍ଟ୍ରାୟତ ପ୍ରସାରଣକାରୀ ‘ସିସିଟିଭି’ କହିଛି, ଇସ୍ରାଏଲ୍‌-ହମାସ ଯୁଦ୍ଧର ଅବସାନ ନିମନ୍ତେ ଆଲୋଚନା କରିବା ଲାଗି ଆସନ୍ତା ସପ୍ତାହରେ ଚୀନ୍‌ ଦୂତ ଜାଇ ଜୁନ୍‌ ମଧ୍ୟପ୍ରାଚ୍ୟ ଗସ୍ତରେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe