Advertisment

Israel's biggest threat to Iran: ପରବର୍ତ୍ତୀ ସର୍ବୋଚ୍ଚ ନେତାଙ୍କୁ ବି ହତ୍ୟା କରିବୁ, ଇରାନକୁ ଇସ୍ରାଏଲର ବଡ଼ ଧମକ

Advertisment

ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିଙ୍କ ଗାଦିରେ କିଏ ବସିବ? କିଏ ଇରାନର ପ୍ରତିନିଧିତ୍ଵ କରିବ? ଏହିସବୁ ପ୍ରଶ୍ନ ଭିତରେ ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଖୁବଶୀଘ୍ର ଦେଶର ଧର୍ମଗୁରୁ ଓ ସମ୍ପୃକ୍ତ କମିଟି ପରବର୍ତ୍ତୀ ସର୍ବୋଚ୍ଚ ନେତା ଘୋଷଣା କରିବେ।

ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିଙ୍କ ଗାଦିରେ କିଏ ବସିବ? କିଏ ଇରାନର ପ୍ରତିନିଧିତ୍ଵ କରିବ? ଏହିସବୁ ପ୍ରଶ୍ନ ଭିତରେ ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଖୁବଶୀଘ୍ର ଦେଶର ଧର୍ମଗୁରୁ ଓ ସମ୍ପୃକ୍ତ କମିଟି ପରବର୍ତ୍ତୀ ସର୍ବୋଚ୍ଚ ନେତା ଘୋଷଣା କରିବେ।

08bbs_61_08032026_112

ଜେରୁଜେଲମ୍:ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିଙ୍କ ଗାଦିରେ କିଏ ବସିବ? କିଏ ଇରାନର ପ୍ରତିନିଧିତ୍ଵ କରିବ? ଏହିସବୁ ପ୍ରଶ୍ନ ଭିତରେ ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଖୁବଶୀଘ୍ର ଦେଶର ଧର୍ମଗୁରୁ ଓ ସମ୍ପୃକ୍ତ କମିଟି ପରବର୍ତ୍ତୀ ସର୍ବୋଚ୍ଚ ନେତା ଘୋଷଣା କରିବେ। କୁହାଯାଉଛି ଯେ ଆଗାମୀ ଗୋଟିଏରୁ ଦୁଇ ଦିନ ମଧ୍ୟରେ ଆୟାତୋଲ୍ଲା ଖେମିନିଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରାଯିବ। 

ଆହୁରି ପଢନ୍ତୁ: Israel: ଲେବାନନ୍‌ରେ ଇସ୍ରାଏଲ ଆକ୍ରମଣରେ ସପ୍ତାହରେ ୮୩ ଶିଶୁ ମୃତ; ମୃତ୍ୟୁ ସଂଖ୍ୟା ୩୯୪ ରେ ପହଞ୍ଚିଲା

ନୂତନ ନେତାଙ୍କ ଚୟନ ସମ୍ପର୍କରେ ଆଲୋଚନା ମଧ୍ୟରେ, ଇସ୍ରାଏଲ କିନ୍ତୁ ପୁଣି ଥରେ ବଡ଼ ଆକ୍ରମଣର ଧମକ ଦେବା ସହ ଖେମିନିଙ୍କ ପରି, ତାଙ୍କ ଉତ୍ତରାଧିକାରୀଙ୍କୁ ବି ହତ୍ୟା କରାଯିବ ବୋଲି କହିଛି। ଇସ୍ରାଏଲ ସେନା(ଆଇଡିଏଫ) ଚେତାବନୀ ଦେଇଛି ଯେ ଯିଏ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ହେବ ସେ ତାଙ୍କୁ ହତ୍ୟା କରିବ। ଏକ୍ସ ରେ ଏକ ପୋଷ୍ଟରେ, ଆଇଡିଏଫ୍ କହିଛି ଇରାନ ଶାସନ ନିଜକୁ ପୁନଃନିର୍ମାଣ କରିବାକୁ ଯେଉଁ ପ୍ରୟାସ କରୁଛି, ତାହାକୁ କେବେ ବି ସଫଳ ହେବାକୁ ଦିଆଯିବ ନାହିଁ।

ଆହୁରି ପଢନ୍ତୁ: Oil: ଦେଶରେ ୨୫୦ ନିୟୁତ ବ୍ୟାରେଲ ତେଲ ଗଚ୍ଛିତ

୩୬ ବର୍ଷ ଧରି ଇରାନର ସର୍ବୋଚ୍ଚ ନେତା ରହିଆସିଥିବା ଅଲି ଖେମିନିଙ୍କ କୌଣସି ମନୋନୀତ ଉତ୍ତରାଧିକାରୀ ନଥିଲେ। ତାଙ୍କ ମୃତ୍ୟୁ ପରେ, ଇରାନର ତିନି ସଦସ୍ୟ ବିଶିଷ୍ଟ ପରିଷଦ ସର୍ବୋଚ୍ଚ ନେତାଙ୍କ ନାମ ଚୂଡ଼ାନ୍ତ କରିବ। ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ, ଆୟାତୋଲ୍ଲା ଅଲିରେଜା ଆରାଫି, ରାଷ୍ଟ୍ରପତି ମାସୁଦ ପେଜେସ୍କିୟାନ ଓ ମୁଖ୍ୟ ବିଚାରପତି ଘୋଲାମ ହୋସେନ ମୋହସେନି ଏଜେ''ଇଙ୍କୁ ନେଇ ଗଠିତ ତିନି ସଦସ୍ୟ ବିଶିଷ୍ଟ ପରିଷଦ ବର୍ତ୍ତମାନ ଦେଶର ଶାସନ ସହିତ ଜଡିତ ପ୍ରମୁଖ ନିଷ୍ପତ୍ତି ନେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe