ଇସ୍ରାଏଲର ଧ୍ବଂସଲୀଳା: ଲେବାନନ୍‌ରେ ୭୧, ଗାଜାରେ ୬୨ ନିହତ

ଲେବାନନ୍‌, ଗାଜା ଓ ସିରିୟା ସୀମାରେ ଇସ୍ରାଏଲ ଆଜି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସମସ୍ତ ପଟୁ ହେଜବୁଲ୍ଲା ଓ ହମାସ୍‌ ପକ୍ଷରୁ  ଇସ୍ରାଏଲ ଉପରେ ରକେଟ୍‌  ଓ କ୍ଷେପଣାସ୍ତ୍ର ଆକ୍ରମଣ ହେଉଥିବାରୁ ଉକ୍ତ ଅଂଚଳରେ ଉଭୟ ଆତଙ୍କୀ ସଂଗଠନର ସାମରିକ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଇସ୍ରାଏଲ...

sfsfsfrrrrf

ତେଲ୍‌ ଅବିବ୍‌: ଲେବାନନ୍‌, ଗାଜା ଓ ସିରିୟା ସୀମାରେ ଇସ୍ରାଏଲ ଆଜି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସମସ୍ତ ପଟୁ ହେଜବୁଲ୍ଲା ଓ ହମାସ୍‌ ପକ୍ଷରୁ  ଇସ୍ରାଏଲ ଉପରେ ରକେଟ୍‌  ଓ କ୍ଷେପଣାସ୍ତ୍ର ଆକ୍ରମଣ ହେଉଥିବାରୁ ଉକ୍ତ ଅଂଚଳରେ ଉଭୟ ଆତଙ୍କୀ ସଂଗଠନର ସାମରିକ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଇସ୍ରାଏଲ ବାୟୁ ସେନା ତୁହାକୁ ତୁହା ବୋମା ବର୍ଷା କରୁଛି। ଲେବାନନ୍‌ର ବେଲବେକରେ ହେଜବୁଲ୍ଲାର ବହୁ ସଂଖ୍ୟକ ଆଡ଼ା ଏବଂ ରକେଟ୍‌ ଲଞ୍ଚର ପଏଣ୍ଟ୍‌ ଠାବ ହୋଇଥିବାରୁ ଉକ୍ତ ଅଂଚଳରୁ ତତ୍କାଳ ସ୍ଥାନାନ୍ତର ପାଇଁ ଲୋକଙ୍କୁ କୁହାଯାଇଛି।  ଲେବାନନ୍‌ ଏବଂ ସିରିଆ ମଧ୍ୟରେ ଥିବା ଅଲ-କା ଜୋସିହ ସୀମାରେ ଆଜି ତୁହାକୁ ତୁହା ବୋମା ମାଡ଼ ହୋଇଛି।  ୨୪ ଘଣ୍ଟା ମଧ୍ୟରେ ଗାଜାରେ ୬୨ ଜଣଙ୍କ ମୃତ୍ୟୁ ହୋଇଥିବା ହମାସ୍‌ ପରିଚାଳିତ ପ୍ରଶାସନ ସ୍ପଷ୍ଟ କରିଥିବା ବେଳେ ଲେବାନନ୍‌ରେ ମଧ୍ୟ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ଏବଂ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି।  ଇସ୍ରାଏଲ- ଲେବାନନ୍‌ ସଂଘର୍ଷ ଆରମ୍ଭ ହେବା ପରଠାରୁ ଲେବାନନ୍ ଉପରେ ଇସ୍ରାଏଲର ବିମାନ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା  ୩ ହଜାର ଅତିକ୍ରମ କରିଛି ଏବଂ ଆହତଙ୍କ ସଂଖ୍ୟା ୧୫ ହଜାରକୁ ବୃଦ୍ଧି ପାଇଛି ବୋଲି ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ସୂଚନା ଦେଇଛି। 

ଲେବାନନ୍‌ରେ ୭୧, ଗାଜାରେ ୬୨ ନିହତ
ତତ୍କାଳ ସ୍ଥାନାନ୍ତର ପାଇଁ ଲୋକଙ୍କୁ ନିର୍ଦ୍ଦେଶ

ଲେବାନନ୍ ସ୍ଥିତ ହେଜବୁଲ୍ଲା ଆତଙ୍କବାଦୀ ସଂଗଠନ ସିରିଆରୁ ଲେବାନନ୍‌କୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ସ୍ଥାନାନ୍ତର କରିବା ନିମନ୍ତେ ବ୍ୟବହାର କରୁଥିବା ମାର୍ଗକୁ ଇସ୍ରାଏଲ ଧ୍ବସ୍ତ କରିଦେଇଛି। ଅସ୍ତ୍ର ଯୋଗାଣ ଠପ୍‌ କରିବା ପାଇଁ ହୋଇଥିବା ଏଭଳି ଆକ୍ରମଣ ପାଇଁ ସାଧାରଣ ଲୋକଙ୍କ ଯାତାୟତ ସୁବିଧା  ମଧ୍ୟ ବନ୍ଦ ହୋଇଯାଇଛି। ବୋମା ମାଡ଼ ଯୋଗୁଁ ସବୁ ଅଂଚଳରେ ଛାରଖାର ସ୍ଥିତି ଯୋଗୁଁ ସ୍ଥାନୀୟ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସଂଭବ ହୋଇପାରୁନାହିଁ ବୋଲି ଜାତିସଂଘ ଅଧିକାରୀମାନେ କହିଛନ୍ତି।  ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ବିବୃତ୍ତିରେ କହିଛି ଯେ ଆତଙ୍କବାଦୀଙ୍କୁ ନିପାତ କରିବା, ଆତଙ୍କବାଦୀଙ୍କ ଭିତ୍ତିଭୂମି ନଷ୍ଟ କରିବା ଏବଂ ଅସ୍ତ୍ରଶସ୍ତ୍ର ଠାବ କରିବା ପାଇଁ ଚାଲିଥିବା ଅଭିଯାନ ଆଗକୁ ଆହୁରି ବ୍ୟାପକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe