ହମାସ୍‌ ପ୍ରତିଷ୍ଠାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ଲକ୍ଷାଧିକ ପାଲେଷ୍ଟିନୀୟଙ୍କ ପଳାୟନ

Advertisment

ସିରିୟାରେ ଆମେରିକାର ବିମାନ ଆକ୍ରମଣ, ଦୈନିକ ୪ ଘଣ୍ଟା ଯୁଦ୍ଧବିରତି ପାଇଁ ଇସ୍ରାଏଲ ରାଜି

ସିରିୟାରେ ଆମେରିକାର ବିମାନ ଆକ୍ରମଣ, ଦୈନିକ ୪ ଘଣ୍ଟା ଯୁଦ୍ଧବିରତି ପାଇଁ ଇସ୍ରାଏଲ ରାଜି

ହମାସ୍‌ ପ୍ରତିଷ୍ଠାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ଲକ୍ଷାଧିକ ପାଲେଷ୍ଟିନୀୟଙ୍କ ପଳାୟନ

ନୂଆଦିଲ୍ଲୀ: ଇସ୍ରାଏଲ ଉତ୍ତର ଗାଜାରେ ସ୍ଥଳ ଆକ୍ରମଣକୁ ଜୋରଦାର କରିବା ସହ ଆବାସିକ ଅଞ୍ଚଳରେ ବୋମାମାଡ଼ କରିବାରୁ ଗତ ୨୪ ଘଣ୍ଟାରେ ଲକ୍ଷାଧିକ ପାଲେଷ୍ଟାଇନ ନାଗରିକ ଦକ୍ଷିଣକୁ ପଳାୟନ କରିଛନ୍ତି। ଏହା ସହିତ ଇସ୍ରାଏଲ ସେନା ଓ ହମାସର ସଦସ୍ୟମାନେ ଗାଜାସିଟିରେ ଅତି ନିକଟରୁ ପରସ୍ପର ସହ ଲଢ଼ୁଛନ୍ତି। ଅନ୍ୟପକ୍ଷରେ ଆମେରିକାର ଅନୁରୋଧକ୍ରମେ ଉତ୍ତର ଗାଜାରେ ଦୈନିକ ୪ ଘଣ୍ଟା ଯୁଦ୍ଧବିରତି ପାଇଁ ଇସ୍ରାଏଲ ରାଜି ହୋଇଛି।
ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଗାଜାସିଟି ଉପରେ ସେମାନଙ୍କ ଆକ୍ରମଣର ଏକ ଭିଡିଓ ସେୟାର କରିଛି ଏବଂ ଦାବି କରିଛି ଯେ ସେମାନେ ହମାସର ଭିତ୍ତିଭୂମି ଓ ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବ୍ୟବହୃତ ସୁଡ଼ଙ୍ଗଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ହମାସର ସଶସ୍ତ୍ର ଶାଖା ମଧ୍ୟ ଏକ ଭିଡିଓ ଜାରି କରିଛି ଯେଉଁଥିରେ ଗାଜାସିଟିରେ ଦୁଇପଟେ ବୋମାମାଡ଼ରେ ଧରାଶାୟୀ ହୋଇଥିବା କୋଠାଗୁଡ଼ିକ ଭିତରେ ସଡ଼କ ଉପରେ ଇସ୍ରାଏଲ ସେନା ସହ ସେମାନେ ତୀବ୍ର ସଂଘର୍ଷରେ ଲିପ୍ତ ହୋଇଥିବା ଦେଖିବାକୁ ମିଳୁଛି।

ହମାସକୁ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ଗାଜାପଟି ଉପରେ ଲଗାତାର ବୋମାମାଡ଼ ଓ ସ୍ଥଳ ଆକ୍ରମଣ ଜାରି ରଖିଛି, ଯେଉଁଥିରେ ଗାଜାରେ ହମାସ୍ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୧୦,୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପୁଣି ଥରେ ଗାଜାରେ ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ହମାସ ପ୍ରଥମେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ଉଚିତ। ହମାସ ଦାବି କରିଛି ଯେ ଇସ୍ରାଏଲ ଗାଜାପଟିରୁ ଆହତ ପାଲେଷ୍ଟିନୀୟ କିମ୍ବା ବିଦେଶୀମାନଙ୍କୁ ରାଫା ଛକ ଦେଇ ଇଜିପ୍ଟକୁ ସ୍ଥାନାନ୍ତର କରିବା ବନ୍ଦ କରିଦେଇଛି। ହମାସର ଜଣେ ଅଧିକାରୀ ଏଏଫ୍‌ପିକୁ କହିଛନ୍ତି ଯେ ଇସ୍ରାଏଲ ସ୍ଥାନାନ୍ତର ହେବାକୁ ଥିବା ଆହତଙ୍କ ତାଲିକାକୁ ଅନୁମୋଦନ ନ କରିବାରୁ କ୍ରସିଂ ପଏଣ୍ଟ ବନ୍ଦ ରହିଛି। ଆମେରିକୀୟ ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ୍ କହିଛନ୍ତି ଯେ, ଆମେରିକୀୟ ଯବାନଙ୍କ ଉପରେ ଆକ୍ରମଣର ଜବାବରେ ଆମେରିକାର ଯୁଦ୍ଧ ବିମାନଗୁଡ଼ିକ ଆଜି ପୂର୍ବ ସିରିଆରେ ଇରାନର ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe