କିଏ ଲିକ୍ କରିଥିଲେ ଇରାନ ଉପରେ ଇସ୍ରାଏଲର ଆକ୍ରମଣ ଯୋଜନା ?

Advertisment

ଗତ ମାସରେ ଇରାନ ଉପରେ ଆକ୍ରମଣ ପାଇଁ ଇସ୍ରାଏଲ କରିଥିବା ଯୋଜନା ଆମେରିକାରୁ ଲିକ୍ ହୋଇଯାଇଥିଲା । ଏବେ ଏହି ଲିକ୍ କରିଥିବା ବ୍ୟକ୍ତିଙ୍କୁ ଠାବ କରିଛି ଏଫବିଆଇ । ସିଆଇଏର ଜଣେ ଅଧିକାରୀ ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ଯୋଜନା ବିଷୟରେ ଗୋପନୀୟ ସୂଚନା ପ୍ରକାଶ କରିଥିଲେ। ଏହି ଅଧିକାରୀଙ୍କ ନାମ ଆସିଫ ୱିଲିୟମ ରେହମାନ ଏବଂ ଏଫବିଆଇ ତାଙ୍କୁ କାମ୍ବୋଡିଆରୁ ଗିରଫ କରିଛି।

israel

ନ୍ୟୁୟର୍କ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ଉପରେ ବିଶ୍ୱର ନଜର ରହିଛି । ଗତ ମାସରେ ଇରାନ ଉପରେ ଆକ୍ରମଣ ପାଇଁ ଇସ୍ରାଏଲ କରିଥିବା ଯୋଜନା ଆମେରିକାରୁ ଲିକ୍ ହୋଇଯାଇଥିଲା । ଏବେ ଏହି ଲିକ୍ କରିଥିବା ବ୍ୟକ୍ତିଙ୍କୁ ଠାବ କରିଛି ଏଫବିଆଇ । ସିଆଇଏର ଜଣେ ଅଧିକାରୀ ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ଯୋଜନା ବିଷୟରେ ଗୋପନୀୟ ସୂଚନା ପ୍ରକାଶ କରିଥିଲେ। ଏହି ଅଧିକାରୀଙ୍କ ନାମ ଆସିଫ ୱିଲିୟମ ରେହମାନ ଏବଂ ପରେ ଏଫବିଆଇ ତାଙ୍କୁ କାମ୍ବୋଡିଆରୁ ଗିରଫ କରିଛି।

ଗତ ସପ୍ତାହରେ ସିଆଇଏ ଅଧିକାରୀ ଆସିଫ୍ ୱିଲିୟମ୍ ରେହମାନଙ୍କ ବିରୋଧରେ ଭର୍ଜିନିଆ କୋର୍ଟରେ ଦୁଇଟି ମାମଲାରେ ଜାଣିଶୁଣି ଜାତୀୟ ନିରାପତ୍ତା ତଥ୍ୟ ଲିକ୍ କରିଥିବା ଅଭିଯୋଗ ହୋଇଥିଲା। ଆମେରିକୀୟ ଆଇନ ଅନୁଯାୟୀ, ଏହା ଏକ ଗମ୍ଭୀର ଅଭିଯୋଗ ଏବଂ ତାଙ୍କୁ ଲମ୍ବା ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ। ତେବେ ରହମାନ ଏହି ମାମଲାରେ ନିଜ ପକ୍ଷ ରଖିବା ପାଇଁ ଜଣେ ଓକିଲଙ୍କୁ ନିଯୁକ୍ତ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ତାଙ୍କ ଆକସେସ୍ ଉଚ୍ଚସ୍ତରୀୟ ଗୋପନୀୟ ସୂଚନା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି।

ଏହି ମାମଲା ଗୁରୁତ୍ୱପୂର୍ଣ୍ଣ କାରଣ ଲିକ୍ ହୋଇଥିବା ଗୋପନୀୟ ଦସ୍ତାବିଜକୁ କେବଳ ଫାଇଭ୍ ଆଇଜ୍ ମଧ୍ୟରେ ସେୟାର କରାଯାଇପାରିବ । ଫାଇଭ୍ ଆଇଜ୍ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, କାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ ଏକ ଗ୍ରୁପ୍, ଯେଉଁମାନେ ଗୋପନୀୟ ତଥ୍ୟ ବାଣ୍ଟିଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ନ୍ୟାସନାଲ ଜିଓସ୍ପେସିଆଲ-ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ଏହି ଦସ୍ତାବିଜ ପ୍ରସ୍ତୁତ କରାଯାଇଥିଲା, ଯାହା ଆମେରିକୀୟ ଗୁପ୍ତଚର ଉପଗ୍ରହଦ୍ୱାରା ସଂଗ୍ରହ କରାଯାଇଥିବା ଫଟୋ ଏବଂ ସୂଚନାର ବିଶ୍ଳେଷଣ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe