ସିରିଆର ଯେଉଁ ବିମାନବନ୍ଦରରେ ଇରାନ ବୈଦେଶିକ ମନ୍ତ୍ରୀ ଓହ୍ଲାଇବାର ଥିଲା, ତାହା ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ୍

Advertisment
ସିରିଆର ଯେଉଁ ବିମାନବନ୍ଦରରେ ଇରାନ ବୈଦେଶିକ ମନ୍ତ୍ରୀ ଓହ୍ଲାଇବାର ଥିଲା, ତାହା ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ୍

ଦମାସ୍କସ୍: ଇସ୍ରାଏଲ ଓ ପାଲେଷ୍ଟାଇନ ଚରମପନ୍ଥୀ ସଂଗଠନ ହାମାସ ମଧ୍ୟରେ ଅକ୍ଟୋବର ୭ ତାରିଖରୁ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ସେପଟେ ହମାସକୁ ସହାୟତା କରିବାକୁ ସିରିଆ ଓ ଲେବାନନରୁ ବି ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ହେଉଛି ।

ଏହାର ଜବାବରେ ଇସ୍ରାଏଲ ଗୁରୁବାର ସିରିଆରେ ଥିବା ହମାସର ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ କରିଛି । ଦାମାସ୍କସ୍ ଏବଂ ଆଲେପ୍ପୋ ବିମାନବନ୍ଦର ନିକଟରେ ଏହି ଆକ୍ରମଣ ହୋଇଥିଲା। ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମୀର ଅବଦୁଲ୍ଲାୟନ ଗୁରୁବାର ଦମାସ୍କ ବିମାନ ବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ଏହି ଆକ୍ରମଣ ପରେ ଇରାନର ବୈଦେଶିକ ମନ୍ତ୍ରୀ ଅଧାବାଟରେ ନିଜ ଦେଶକୁ ଫେରିଥିଲେ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଆକ୍ରମଣ ପରେ ସିରିଆର ଦୁଇଟି ମୁଖ୍ୟ ବିମାନ ବନ୍ଦରରେ ସେବା ବନ୍ଦ ରହିଛି। ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ସେହିପରି ଲେବାନନ ଉପରେ ବି ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ କରିଛି । ଏସବୁ ଘଟଣା ପରେ ଯୁଦ୍ଧ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।

ଅନ୍ୟପକ୍ଷରେ ଇସ୍ରାଏଲ ଦ୍ବାରା ଗାଜାର ଘେରାବନ୍ଦୀ କରାଯାଇଥିବାରୁ ସେଠାରେ ଭୟଙ୍କର ମାନବୀୟ ସଂକଟ ଦେଖାଦେଇଛି । ଖାଦ୍ୟ ଓ ପାଣି ଅଭାବରୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe