ନିଜର ଚନ୍ଦ୍ର ଅଭିଯାନ ବିଫଳ ହେବା ପରେ ଭାରତୀୟ ଚନ୍ଦ୍ର ଅଭିଯାନର ସଫଳତା କାମନା କଲା ଇସ୍ରାଏଲ

Advertisment
ନିଜର ଚନ୍ଦ୍ର ଅଭିଯାନ ବିଫଳ ହେବା ପରେ ଭାରତୀୟ ଚନ୍ଦ୍ର ଅଭିଯାନର ସଫଳତା କାମନା କଲା ଇସ୍ରାଏଲ

israel to the moon

ନୂଆଦିଲ୍ଲୀ - ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଯାଇଛି ଇସ୍ରାଏଲର ଚନ୍ଦ୍ରଯାନ ବେରେସିଟ୍, ଏବେ ଭାରତର ଚନ୍ଦ୍ରଯାନ ଉପରେ ସମସ୍ତଙ୍କ ଆଖି । ତେବେ ଭାରତର ଏହି ଅଭିଯାନର ସଫଳତା କାମନା କରିଛି ଇସ୍ରାଏଲ । ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରୋନ ମାଲକା କହିଛନ୍ତି ଯେ ଇସ୍ରାଏଲ ପରି ଏକ ଛୋଟିଆ ଦେଶ ପାଇଁ ଚନ୍ଦ୍ର ଅଭିଯାନ ଏକ ବଡ଼ ସଫଳତା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଯେ ସମାନ୍ୟ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବେରେସିଟ ଠିକ ଭାବରେ ଓହ୍ଲାଇବାରେ ବିଫଳ ହେଲା । କିନ୍ତୁ ଭାରତର ଯାନ ଯେପରି ଠିକ ଭାବରେ ଓହ୍ଲାଇପାରିବ ସେଥିପାଇଁ ଶୁଭକାମନା ।
ଆସନ୍ତା ମେ ମାସରେ ଭାରତ ନିଜର ୨ୟ ଚନ୍ଦ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏଥର ଭାରତୀୟ ଚନ୍ଦ୍ରଯାନ ଚନ୍ଦ୍ରରେ ଓହ୍ଲାଇବାକୁ ଯାଉଛି । ଏଥିରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଇସ୍ରାଏଲର ଅଭିଯାନ ସଫଳ ହୋଇଥିଲେ ସେ ବିଶ୍ବର ୪ର୍ଥ ଦେଶ ହୋଇଥାନ୍ତା । ଭାରତର ଚନ୍ଦ୍ରଯାନ ପୂର୍ବରୁ ଗତ ଜାନୁୟାରୀମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ପରେ ତାହାକୁ ଏପ୍ରିଲ ଓ ଏବେ ମେ ମାସକୁ ଘୁଞ୍ଚାଇଦିଆଯାଇଛି । କିନ୍ତୁ ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe