ଲୁଚିଥିବା ଆତଙ୍କବାଦୀଙ୍କ ଉପରେ ସ୍ପଞ୍ଜ ବୋମା ମାଡ଼ କରିବ ଇସ୍ରାଏଲ, ଯିଏ ଯେଉଁଠି ଥିବେ ଅଟକି ଯିବେ

Advertisment
ଲୁଚିଥିବା ଆତଙ୍କବାଦୀଙ୍କ ଉପରେ ସ୍ପଞ୍ଜ ବୋମା ମାଡ଼ କରିବ ଇସ୍ରାଏଲ, ଯିଏ ଯେଉଁଠି ଥିବେ ଅଟକି ଯିବେ

ଟେଲ ଅଭିଭ: ପାଲେଷ୍ଟିନୀୟ ଆତଙ୍କବାଦୀ ସଂଗଠନ ହମାସ ସହ ଇସ୍ରାଏଲର ମାରାତ୍ମକ ସଂଘର୍ଷ ୨୪ତମ ଦିନରେ ପ୍ରବେଶ କରିଥିବା ବେଳେ ଇସ୍ରାଏଲ ସେନା ଗାଜାପଟିରେ ଆକ୍ରମଣ ଜାରି ରଖିଛି। ଏହି କ୍ରମରେ ଇସ୍ରାଏଲ ହାମାସ ଆତଙ୍କବାଦୀଙ୍କ ଉପରେ ନୂଆଉପାୟରେ ଆକ୍ରମଣ କରିବାକୁ ପ୍ରସ୍ତୁତି ହୋଇଛି। ଏଥିପାଇଁ ସେ ନୂତନ ବୋମା ନିର୍ମିତ କରିଛି। ଏହି ବୋମାର ବିଶେଷତ୍ବ ‌ହେଉଛି ବିସ୍ଫୋରଣରେ ଧମାକା ହେବନାହିଁ। କିନ୍ତୁ ଏହା ଯେଉଁଠାରେ ଫାଟିବ, ସେଠାରେ ଫେଣଫେଣ ହୋଇ ଭରିଯିବ। ଯାହାକି ପରବର୍ତ୍ତୀ ସମୟରେ ପଥର ଭଳି ଶକ୍ତ ହୋଇଯିବ।

ଇସ୍ରାଏଲ ତାର ସୃଜନଶୀଳ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ବରେ ପରିଚିତ। ଏହି କ୍ରମରେ ଇସ୍ରାଏଲ ନିକଟରେ ସ୍ପଞ୍ଜ ବୋମା ତିଆରି ଲକ୍ଷ୍ୟ ରଖିଛି କି ଏହି ବୋମାକୁ ସେହି ସ୍ଥାନମାନଙ୍କରେ ଫିଙ୍ଗାଯିବ ଯେଉଁସ୍ଥାନମାନଙ୍କରେ ହାମାସ ଆତଙ୍କବାଦୀମାନେ ସୁଡ଼ଙ୍ଗ କରି ଲୁଚି ରହିଥିବା ସନ୍ଦେହ କରାଯାଉଛି। କାରଣ ଏହି ସୁଡ଼ଙ୍ଗ ଜରିଆରେ ହାମାସ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଲୁଚି ଯାଉଛନ୍ତି । ଆଉ ଏହି ସୁଡ଼ଙ୍ଗରେ ଥାଇ ଲୋକଙ୍କ ଉପ‌ରେ ଆକ୍ରମଣ ବି କରୁଛନ୍ତି।

ଗତକାଲି ତେଲ ଅଭିଭଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ, ‘ତାଙ୍କ ସେନା ଗାଜାରେ ହମାସ ବିରୋଧରେ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି ଏବଂ ସେ ‘ଭୂମି ଉପରେ ଏବଂ ତଳେ’ ଥିବା ଶତ୍ରୁଙ୍କୁ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି। ଆମେ ଏହି ଯୁଦ୍ଧ‌ରେ ନିଶ୍ଚୟ ଜୟ କରିବୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe