ପତ୍ନୀଙ୍କ ସହ ପ୍ରେମର ପ୍ରତୀକ ‘ତାଜମହଲ’ ବୁଲିଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ 

୫ଦିନିଆ ଗସ୍ତର ୩ୟ ଦିନରେ ବୁଲିଲେ ନେତନ୍ୟାହୁ, ଯୋଗୀ କଲେ ସ୍ୱାଗତ 

ପତ୍ନୀଙ୍କ ସହ ପ୍ରେମର ପ୍ରତୀକ ‘ତାଜମହଲ’ ବୁଲିଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ 

ଆଗ୍ରା: ପାଞ୍ଚ ଦିନିଆ ଭାରତ ଗସ୍ତର ୩ୟ ଦିନରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତନ୍ୟାହୁ ମଙ୍ଗଳବାର ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ପ୍ରେମର ପ୍ରତୀକ ‘ତାଜମହଲ’ ବୁଲିଛନ୍ତି। ନେତନ୍ୟାହୁଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଛନ୍ତି। ଯୋଗୀ ଓ ନେତନ୍ୟାହୁ ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି।

ନେତନ୍ୟାହୁଙ୍କ ତାଜମହଲ ଭ୍ରମଣ ପୂର୍ବରୁ ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିଲା। ଏସଏସପି ଅମିତ ପାଠକ ତାଜଗଞ୍ଜକୁ ମଧ୍ୟ ନିରୀକ୍ଷଣ କରିଥିଲେ। ଶିଳ୍ପଗ୍ରାମ ଠାରୁ ଦଶହରା ଘାଟ ପର୍ଯ୍ୟନ୍ତ, ପୂର୍ବ ଗେଟ, ଦକ୍ଷିଣ ଗେଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିଲା। ସେହିପରି ତାଜମହଲ ଆଖପାଖ ଅଞ୍ଚଳରେ ବ୍ୟାପକ ପରିମାଣରେ ପୁଲିସ ମୁତୟନ କରାଯାଇଥିଲା।

publive-image

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ମଧ୍ୟରେ ସୋମବାର ହାଇଦ୍ରାବାଦ ହାଉସରେ ୯ଟି ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ଏସ ଜୟଶଙ୍କର, ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ।

ଉଭୟ ଦେଶ ମଧ୍ୟରେ ଫିଲ୍ମ ନିର୍ମାଣ, ସାଇବର ସୁରକ୍ଷା, ତୈଲ ଓ ଶକ୍ତି, କୃଷି, ମହାକାଶ କ୍ଷେତ୍ରରେ ବୁଝାମଣା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ପ୍ରଥମ ଗସ୍ତକୁ ସ୍ୱାଗତ କରୁଛି। ମୋଦି ଇସ୍ରାଏଲର ଭାଷା ‘ହିବ୍ରୁ’ରେ ମଧ୍ୟ ବେଞ୍ଜାମିନ୍‌ଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ୨୦୧୮ରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଆମର ପ୍ରଥମ ଅତିଥି ହୋଇଛନ୍ତି। ଏହି ଗସ୍ତ ଏଭଳି ସମୟରେ ହୋଇଛି, ଯେଉଁ ସମୟରେ କି ପୂରା ଦେଶରେ ‘ମକର ସଂକ୍ରାନ୍ତି’ ଓ ‘ଲୋହଡ଼ି’ ପର୍ବ ପାଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe