ସାବଧାନ! ଏଣିକି ଅନ୍ତରୀକ୍ଷରୁ ଶତ୍ରୁର ଗତିବିଧି ଉପରେ ନଜର ରଖିବ ସେନା; ଗୁଇନ୍ଦା ଉପଗ୍ରହର ଉତ୍‌କ୍ଷେପଣ ପାଇଁ ଇସ୍ରୋର ଅବଗଣନା ଆରମ୍ଭ

Advertisment
ସାବଧାନ! ଏଣିକି ଅନ୍ତରୀକ୍ଷରୁ ଶତ୍ରୁର ଗତିବିଧି ଉପରେ ନଜର ରଖିବ ସେନା; ଗୁଇନ୍ଦା ଉପଗ୍ରହର ଉତ୍‌କ୍ଷେପଣ ପାଇଁ ଇସ୍ରୋର ଅବଗଣନା ଆରମ୍ଭ

News Nation

ଶ୍ରୀହରିକୋଟା/ ନୂଆଦିଲ୍ଲୀ: କାର୍ଟୋସାଟ୍‌-୩ର ସଫଳ ଉତ୍‌କ୍ଷେପଣର ମାତ୍ର ୨୪ ଘଣ୍ଟା ନପୂରୁଣୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ନିଜର ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧କୁ ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ କରିବା ପାଇଁ ଅବଗଣନା ଆରମ୍ଭ କରିଦେଇଛି। ପିଏସ୍‌ଏଲ୍‌ଭିର ୫୦ତମ ଉତ୍‌କ୍ଷେପଣ ସହ ଏହା ସହିତ ଅନ୍ତରୀକ୍ଷକୁ ଯିବାକୁ ଥିବା ଦେଶର ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧କୁ ଚେନ୍ନାଇର ଶ୍ରୀହରିକୋଟା ସତୀସ୍‌ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ଆଜି ଅପରାହ୍ଣ ୪ଟା୪୦ ମିନିଟ ଠାରୁ ଅବଗଣନା ଆରମ୍ଭ ହୋଇଯାଇଛି। ଇସ୍ରୋର ୫୦ତମ ପିଏସ୍‌ଏଲ୍‌ଭି ଆସନ୍ତାକାଲି (ବୁଧବାର) ୩ଟା ୨୫ ମିନିଟ ସମୟରେ ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧କୁ ସଙ୍ଗରେ ଧରି ଶ୍ରୀହରିକୋଟା ସତୀସ୍‌ ଧାଓ୍ଵନ ମହାକାଶ କେନ୍ଦ୍ରରୁ ମହାକାଶକୁ ଯାତ୍ରା କରିବ। ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯିବାକୁ ଥିବା ଆର୍‌ଆଇ-ସାଟ୍‌- ୨ବିଆର୍‌୧ ହେବ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ। ଏହା ପୂର୍ବରୁ ଆର୍‌ଆଇ-ସାଟ୍‌- ୨ବି ନାମରେ ଅନ୍ୟ ଏକ ଗୁଇନ୍ଦା ଉପଗ୍ରହକୁ ଇସ୍ରୋ ସଫଳତା ପୂର୍ବକ ମହାକାଶରେ ଅବସ୍ଥାପିତ କରାଇ ପାରିଛି।

ତେବେ, ଆସନ୍ତାକାଲି ମହାକାଶକୁ ଯିବାକୁ ଥିବା ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧ ଅନ୍ତରୀକ୍ଷରେ ଅବସ୍ଥାପିତ ହେବା ପରେ ଶତ୍ରୁପକ୍ଷର ସମସ୍ତ ଗତିବିଧି ଓ ଟିକିନିକି ସୂଚନା ସିଧାସଳଖ ଭାରତୀୟ ସେନା ନିକଟକୁ ପଠାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe