Image Source: Deccan Herald
ତିରୁପତି: ଜୁଲାଇ ୧୫ ତାରିଖ ଦିନ ଉତ୍କ୍ଷେପଣ ହେବାକୁ ଥିବା ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରାୟନ-୨ର ସଫଳତା କାମନା କରି ଶନିବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଅଧ୍ୟକ୍ଷ କେ ଶିବନ ତିରୁମାଲା ମନ୍ଦିରରେ ପ୍ରାର୍ଥନା କରିଛନ୍ତି।
ପ୍ରତି ପ୍ରମୁଖ ମହାକାଶ ଅଭିଯାନ ପୂର୍ବରୁ ପାହାଡ଼ୀ ଧର୍ମପୀଠରେ ପୂଜା କରୁଥିବା ତାଙ୍କର ପୂର୍ବସୁରିମାନଙ୍କ ପରି ଶିବନ ମଧ୍ୟ ପ୍ରଭୁ ବାଲାଜୀଙ୍କର ଆଶିଷ କାମନା କରିଛନ୍ତି।
Image Source: India Todayଏଇ ପ୍ରସିଦ୍ଧ ମନ୍ଦିର ବ୍ୟାପାର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ କହନ୍ତି: ସର୍ବଶକ୍ତିମାନଙ୍କ ଶୁଭାଷିଶ ପାଇବାକୁ ଚନ୍ଦ୍ରାୟନ-୨ର ପ୍ରତିକୃତି ଓ ଇସ୍ରୋର କେତେକ ବୈଜ୍ଞାନିକମାନଙ୍କ ସହ ଶିବନ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ।
ପରେ ରଙ୍ଗନାୟକୁଲା ମଣ୍ଡପରେ ବୈଦିକ ପଣ୍ଡିତମାନେ ତାଙ୍କୁ ‘ଏଡ଼ାଶିର୍ବଚନମ୍’ ପ୍ରଦାନ କରିଥିଲେ। ମନ୍ଦିରର ଡେପୁଟି ଏକ୍ଜିକ୍ୟୁଟିଭ୍ ଅଫିସର ହରିଦ୍ରାନାଥ ଇସ୍ରୋ ମୁଖ୍ୟଙ୍କୁ ‘ତୀର୍ଥ ପ୍ରସାଦମ୍’ ପ୍ରଦାନ କରିଥିଲେ।
ତିରୁମାଲା ମନ୍ଦିର ବାହାରେ ଶିବନ ସାମ୍ବାଦିକମାନଙ୍କୁ କହିଲେ ସୋମବାର ରାତି ୨: ୫୧ରେ ଗୁରୁତ୍ୱପୂର୍ଣ୍ଣ ଓ ମର୍ଯ୍ୟାଦାଜନକ ଅଭିଯାନ ଚନ୍ଦ୍ରାୟନ-୨ ଉତ୍କ୍ଷେପଣ ହେବ।
Follow Us