୨୦୧୯ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଭାରତୀୟ ଅନ୍ତରୀକ୍ଷ ଯାନ, ୨୦୨୨ରେ ଅନ୍ତରୀକ୍ଷକୁ ମଣିଷ ପଠାଇବ ଭାରତ: ଇସ୍ରୋ ମୁଖ୍ୟ

Advertisment
୨୦୧୯ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଭାରତୀୟ ଅନ୍ତରୀକ୍ଷ ଯାନ, ୨୦୨୨ରେ ଅନ୍ତରୀକ୍ଷକୁ ମଣିଷ ପଠାଇବ ଭାରତ: ଇସ୍ରୋ ମୁଖ୍ୟ

ଲକ୍ଷ୍ନୌ: ଆସନ୍ତା ୨୦୨୨ ସୁଦ୍ଧା ଇସ୍ରୋ ଅନ୍ତରୀକ୍ଷକୁ ମାନବ ପଠାଇବାରେ ସକ୍ଷମ ହେବ। ତେବେ ଏହାର ବହୁ ପ୍ରତିକ୍ଷିତ ଚନ୍ଦ୍ରାୟନ-୨ କାର୍ଯ୍ୟକ୍ରମ ୨୦୧୯ ମସିହାରେ ହେବ ଏବଂ ଚନ୍ଦ୍ରପୃଷ୍ଠରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଅନ୍ତରୀକ୍ଷଯାନକୁ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବାର ବ୍ୟବସ୍ଥା ହୋଇଛି ବୋଲିି ଇସ୍ରୋ ମୁଖ୍ୟ କେଭି ସିଭାନ କହିଛନ୍ତି। ଡିଡିୟୁ ଗୋରଖପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିବା ଶ୍ରୀ ସିଭାନ କହିଛନ୍ତି ଯେ ଆମେ ୨୦୨୧ର ଶେଷ ଭାଗ କିମ୍ବା ୨୦୨୨ର ଆଦ୍ୟଭାଗରେ ଅନ୍ତରୀକ୍ଷକୁ ମାନବ ପ୍ରେରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ତେବେ ‘ଚନ୍ଦ୍ରାୟାନ-୨’ ୨୦୧୯ ଜାନୁଆରି କିମ୍ବା ଫେବ୍ରୁଆରି ମାସରେ ପ୍ରେରଣ କରାଯିବ।। ଚନ୍ଦ୍ରାୟନ-୨ ଅନ୍ତରୀକ୍ଷ ଯାନ ଯେପରି ସହଜରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହିତ ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ପର୍ଯ୍ୟପ୍ତ ସୁଯୋଗ ସୃଷ୍ଟି କରିବ ସେହିପରି ଭାବେ ପ୍ରସ୍ତୁତ କରାଯାଉଛି।
ଭାରତର ପ୍ରତ୍ୟେକ ନାଗରିକ ବିଭିନ୍ନ ଭାବେ ଇସ୍ରୋ ଠାରୁ ସେବା ପାଉଛନ୍ତି ବୋଳଇ ଶ୍ରୀ ସିଭାନ କହିଛନ୍ତି। ତେବେ ଭାରତର ବହୁ ଲୋକ ଗ୍ରାମାଞ୍ଚଳରେ ରହୁଥିବାରୁ ଗ୍ରାମାଞ୍ଚଳକୁ ଯୋଗାଯୋଗ କ୍ଷେତ୍ରରେ ଅଧିକ ସୁଯୋଗ ଦେବା ପାଇଁ ଭାରତ ୪ଟି ନୂଆ ଉପଗ୍ରହ ଅନ୍ତରୀକ୍ଷରେ ସ୍ଥାପନ କରିବ। ସେଥିମଧ୍ୟରୁ ଚଳିତ ବର୍ଷ ଗୋଟିଏ ସ୍ଥାପନ କରାଯାଇ ସାରିଥିବା ବେଳେ ଆସନ୍ତା ନଭେମ୍ବର, ଡିସେମ୍ବର ଓ ୨୦୧୯ ଜାନୁଆରିରେ ଆଉ ତିନିଟି କୃତିମ ଉପଗ୍ରହ ଅନ୍ତରୀକ୍ଷରେ ସ୍ଥାପନା କରାଯିବ ବୋଲିି ଶ୍ରୀ ସିଭାନ କହିଛନ୍ତି।
ସେହିପରି ଶ୍ରୀ ସିଭାନ କହିଛନ୍ତି ଯେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଉତୀର୍ଣ୍ଣ ହେଉଥିବା ପ୍ରତିଭାଦୀପ୍ତ ଛାତ୍ରମାନଙ୍କୁୁ ଇସ୍ରୋ ନିଯୁକ୍ତି ଦେଇ ପାରିବା ନାହିଁ। ମାତ୍ର ସେମାନଙ୍କ ଜ୍ଞାନର ବିକାଶ ସହିତ ସେମାନଙ୍କ ଦକ୍ଷତା ବିକାଶ ପାଇଁ ଓ ଯୁବ ଇଞ୍ଜିନିୟରମାନଙ୍କୁ ସୁଯୋଗ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋ ପକ୍ଷରୁ ଇନ୍‌କ୍ୟୁବେଟର ସେଣ୍ଟର ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଗତ ସେପ୍ଟମ୍ବର ମାସରେ ଅଗରତଳା ଠାରେ ପ୍ରଥମ ଇନ୍‌କ୍ୟୁବେଟର ସେଣ୍ଟର ସ୍ଥାପନା କରାଯାଇଥିବା ବେଳେ ଖୁବ୍‌ ଶୀଘ୍ର ଜଳନ୍ଧର, ଭୁବନେଶ୍ୱର, ଇନ୍ଦୋର, ନାଗପୁର, ଓ କୋଚି ଠାରେ ଇନ୍‌କ୍ୟୁବେଟର ସେଣ୍ଟର ସ୍ଥାପନା କରିବାକୁ ଯାଉଛି। ଏତଦ୍‌ବ୍ୟତୀତ ଗୌହାଟୀ, ଜୟପୁର, କୁରୁକ୍ଷେତ୍ର, କନ୍ୟାକୁମାରୀ ,ପାଟନା ଓ ବାରଣାସୀରେ ଇସ୍ରୋ ଗବେଷଣା କେନ୍ଦ୍ର ଖୋଲିବ ବୋଲି ଶ୍ରୀ ସିଭାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe