ନୂଆଦିଲ୍ଲୀ: ଭାରତ ଯେତେବେଳେ ନିଜର ମହାକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ସେତେବେଳେ ଅନେକ ଲୋକ ଏହାକୁ ସରକାରୀ ଅର୍ଥର ଦୁରୁପଯୋଗ ବୋଲି କହିଥିଲେ । ଏପରିକି ଭାରତର ମହାକାଶ କାର୍ଯ୍ୟକ୍ରମ ଚନ୍ଦ୍ରରେ ପହଞ୍ଚିବା ପରେ ବି ଏହି ସମାଲୋଚନା ଜାରି ରହିଛି । କିନ୍ତୁ ସମସ୍ତ ସମାଲୋଚନାକୁ ଭୂକ୍ଷେପ ନ କରି ଇସ୍ରୋ ନିଜର ସଫଳତାଯାତ୍ରା ଜାରି ରଖିଛି । କେବଳ ଏତିକି ନୁହେଁ କେବଳ ସରକାରୀ ପାଣ୍ଠିକୁ ଅପେକ୍ଷା ନ କରି ଇସ୍ରୋ ନିଜସ୍ବ ଆୟକୁ ବଢାଇଚାଲିଛି ।
ଇସ୍ରୋକୁ ନେଇ କେନ୍ଦ୍ର ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ ବଡ଼ ଖୁଲାସା କରିଛନ୍ତି। ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଇସ୍ରୋ ୟୁରୋପ ଏବଂ ଆମେରିକାକୁ ବିଭିନ୍ନ ସେବା ଯୋଗାଇ ( ଉପଗ୍ରହ ଉତକ୍ଷେପଣ ଆଦି) ପ୍ରାୟ ୪୨୭ ନିୟୁତ ଡଲାର ଆୟ କରିଛି। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପ୍ରାୟ ୩୬୦୦ କୋଟି ଟଙ୍କା ହେବ।
କେନ୍ଦ୍ର ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଇସ୍ରୋ ୟୁରୋପ ଏବଂ ଆମେରିକାକୁ ବିଭିନ୍ନ ସେବା ଯୋଗାଇ ( ଉପଗ୍ରହ ଉତକ୍ଷେପଣ ଆଦି) ପ୍ରାୟ ୪୨୭ ନିୟୁତ ଡଲାର ଆୟ କରିଛି। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ପ୍ରାୟ ୩୬୦୦ କୋଟି ଟଙ୍କା ହେବ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗତ ଏକ ଦଶନ୍ଧି ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ସଂଘ ପାଇଁ ବାଣିଜ୍ୟିକ ଉପଗ୍ରହ ଉତକ୍ଷେପଣରୁ ୪୦୦ ନିୟୁତ ଡଲାରରୁ ଅଧିକ ଆୟ କରିଛି ବୋଲି ମଙ୍ଗଳବାର ଦିନ ଶ୍ରୀ ସିଂହ କହିଛନ୍ତି। ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଆଗାମୀ ବର୍ଷଗୁଡ଼ିକରେ ରାଜସ୍ୱ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୦୨୫ ର ପ୍ରଥମାର୍ଦ୍ଧରେ ଇସ୍ରୋ ୫ଟି ବାଣିଜ୍ୟିକ ଉତକ୍ଷେପଣ କରିବ ବୋଲି ସେ କହିଛନ୍ତି।
Follow Us