ଚନ୍ଦ୍ରଯାନ-୨ ମିଶନ ୭ ବର୍ଷ ପାଇଁ ରହିବ କାର୍ଯ୍ୟକ୍ଷମ: ଇସ୍ରୋ ପ୍ରମାଣିତ କଲା, ତା’ର ପରିଚୟ ହେଉଛି ୩୮୭,୩୮୯.୯ କି.ମି; ୨.୧ କି.ମି ନୁହେଁ

ଚନ୍ଦ୍ରଯାନ-୨ ମିଶନ ୭ ବର୍ଷ ପାଇଁ ରହିବ କାର୍ଯ୍ୟକ୍ଷମ: ଇସ୍ରୋ ପ୍ରମାଣିତ କଲା, ତା’ର ପରିଚୟ ହେଉଛି ୩୮୭,୩୮୯.୯ କି.ମି; ୨.୧ କି.ମି ନୁହେଁ

India Today

ବେଙ୍ଗଲୁରୁ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ସହ ଚନ୍ଦ୍ରକୁ ପଠା ଯାଇଥିବା ଅର୍ବିଟର ବର୍ଷକ ପାଇଁ ନୁହେଁ ବରଂ ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହବା ସହ ଚନ୍ଦ୍ରଯାନ-୨ ମିଶନ ମଧ୍ୟ ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ। ଏ ସଂପର୍କରେ ଆଜି ଇସ୍ରୋ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ତେଣୁ, ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବାକୁ ଥିବା ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଭାରତର ଚନ୍ଦ୍ରଯାନ ଅଭିଯାନ ବିଫଳ ହେଲା ବୋଲି ଯାହା ଆଲୋଚନା ଚାଲିଥିଲା ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

publive-image India Today

ଇସ୍ରୋ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଗତ ଜୁଲାଇ ୨୨ ତାରଖରେ ଯେତେବେଳେ ଚନ୍ଦ୍ରଯାନ-୨କୁ ଉତ୍‌କ୍ଷେପଣ କରାଗଲା ସେତେବେଳେ ଅର୍ବିଟରରେ ୧୬୯୭ କିଲୋର ଇନ୍ଧନ ରହିଥିଲା। ଇସ୍ରୋର ବୈଜ୍ଞାନିକମାନେ ଆକଳନ କରୁଥିଲେ ଯେ ଅର୍ବିଟର ଚନ୍ଦ୍ର କକ୍ଷରେ ପହଞ୍ଚିବା ପରେ ସେଥିରେ ଆଉ ଯେତେ ମାତ୍ରାର ଇନ୍ଧନ ବଳକା ରହିଥିବ ସେଥିରେ ଅର୍ବିଟର ଚନ୍ଦ୍ର କକ୍ଷରେ ଆଉ ଏକ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିପାରିବ। ହେଲେ, ଅର୍ବିଟରରୁ ଏବେ ଇସ୍ରୋକୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଏବେ ଅର୍ବିଟର ମଧ୍ୟରେ ଆହୁରି ୫୦୦ କିଲୋର ଇନ୍ଧନ ମହଜୁଦ୍‌ ଅଛି। ଯାହାକି ଅର୍ବିଟରକୁ ଆହୁରି ୭ ବର୍ଷ ପାଇଁ ଚନ୍ଦ୍ର କକ୍ଷରେ କାର୍ଯ୍ୟକ୍ଷମ ରଖିପାରିବ।

publive-image Twitter Photo

ଏଥିସହ ଅର୍ବିଟର ଖାଲି ୭ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବ ନାହିଁ; ଏହି ସମୟ ମଧ୍ୟରେ ସେ ଚନ୍ଦ୍ର ଚାରିପଟେ ବୁଲିବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ସେଗୁଡ଼ିକୁ ଇସ୍ରୋକୁ ପଠାଇବ। ଅର୍ବିଟରରେ ଲଗା ଯାଇଥିବା ଉଚ୍ଚଶକ୍ତି ସଂପନ୍ନ କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉଠାଇବା ସହ ଅନ୍ୟ ବୈଜ୍ଞାନିକ ସରଞ୍ଜାମ ଚନ୍ଦ୍ର ପୃଷ୍ଠରେ ପାଣି ଓ ଅନ୍ୟ ଖଣିଜ ପଦାର୍ଥ ମହଜୁଦ ଅଛି ନା ନାହିଁ ତାହାର ସନ୍ଧାନ ମଧ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ତେଣୁ ଇସ୍ରୋ ପ୍ରମାଣିତ କରିଦେଲା ତା’ର ପରିଚୟ ହେଉଛି ୩୮୭,୩୮୯.୯ କିଲୋମିଟର; ୨.୧ କିଲୋମିଟର ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe