Image Courtesy of India Today
ନୂଆଦିଲ୍ଲୀ: ଫେବ୍ରୁଆରି ୧୪, ଭାଲେଣ୍ଟାଇନ୍ ଦିବସରେ କୃତ୍ରିମ ଉପଗ୍ରହ ‘ପିଏସ୍ଏଲ୍ଭି-ସି୫୨’କୁ କକ୍ଷପଥକୁ ପଠାଇବା ଲାଗି ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି। ‘ଲଞ୍ଚ୍ ଅଥରାଇଜେସନ୍ ବୋର୍ଡ’ ସ୍ବୀକୃତି ଦେବା ପରେ ୨୦୨୨ ଫେବ୍ରୁଆରି ୧୩ ତାରିଖରେ (ଗତରାତି ୪.୨୯) ୨୫ ଘଣ୍ଟା ୩୦ ମିନିଟ୍ର ଓଲଟ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି।
ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ଇସ୍ରୋ’ କହିଛି, ‘ଇଓଏସ୍-୦୪’ ନାମରେ ଗୋଟାଏ ‘ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍’ ଚାରିପଟେ ଘୂରି ବୁଲିବାକୁ ‘ବିଏସ୍ଏଲ୍ଭି-ସି୫୨’କୁ ଡିଜାଇନ୍ କରାଯାଇଛି। ୧୭୧୦ କିଲୋ ଓଜନବିଶିଷ୍ଟ ‘ପିଏସ୍ଏଲ୍ଭି-ସି୫୨’କୁ ୫୨୯ କି.ମି.ବିଶିଷ୍ଟ ‘ସନ୍ ସିଙ୍କ୍ରୋନସ୍ ପୋଲାର୍ ଅର୍ବିଟ୍’ରେ ସ୍ଥାପନ କରାଯିବ।
Image Courtesy of India Todayଫେବ୍ରୁଆରି ୧୪ ତାରିଖ ଭୋର୍ ୫.୫୯ରେ ଶ୍ରୀହରିକୋଟାସ୍ଥିତ ‘ସତୀଶ ଧାୱନ୍ ସ୍ପେସ୍ ସେଣ୍ଟର୍’ର ପ୍ରଥମ ଲଞ୍ଚ୍ ପ୍ୟାଡ୍ରୁ ‘ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍’ ଉତ୍କ୍ଷେପଣ କରାଯିବ।
ଏହା ବ୍ୟତିରେକେ, ସହଯାତ୍ରୀ ଭାବେ ‘ପିଏସ୍ଏଲ୍ଭି-ସି୫୨’ ଅଭିଯାନରେ ଦୁଇଟି କ୍ଷୁଦ୍ର କୃତ୍ରିମ ଉପଗ୍ରହ ମଧ୍ୟ ଉତ୍କ୍ଷେପଣ କରାଯିବ। ସେଥିରୁ ଗୋଟିଏ ହେଉଛି ବୋଲ୍ଡର୍ସ୍ଥିତ କଲୋରାଡୋ ବିଶ୍ବବିଦ୍ୟାଳର ‘ଲାବ୍ରଟରି ଅଫ୍ ଆଟ୍ମୋସ୍ଫେରିକ୍ ଆଣ୍ଡ୍ ସ୍ପେସ୍ ଫିଜିକ୍ସ୍’ ସହାୟତାରେ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି’ର (ଆଇଆଇଏସ୍ଟି) ଶିକ୍ଷାର୍ଥୀ ସାଟେଲାଇଟ୍ (ଇନ୍ସ୍ପାୟର୍ସ୍ୟାଟ୍-୧)।
ଅନ୍ୟଟି ହେଉଛି ‘ଭାରତ-ଭୁଟାନ୍ ଜଏଣ୍ଟ୍ ସାଟେଲାଇଟ୍’ (ଆଇଏନ୍ଏସ୍-୨ବି) ବର୍ଗର ‘ଟେକ୍ନୋଲୋଜି ଡେମୋନ୍ଷ୍ଟ୍ରେଟର୍ ସାଟେଲାଇଟ୍’ (ଆଇଏନ୍ଏସ୍-୨ଟିଡି)।
Follow Us