ଗଗନଯାନ ଲାଗି ୧୦ ମହାକାଶଚାରୀଙ୍କୁ ତାଲିମ ଦେବ ଭାରତୀୟ ବାୟୁସେନା

ଗଗନଯାନ ଲାଗି ୧୦ ମହାକାଶଚାରୀଙ୍କୁ ତାଲିମ ଦେବ ଭାରତୀୟ ବାୟୁସେନା

ନୂଆଦିଲୀ: ଦେଶର ପ୍ରଥମ ମାନବବାହୀ ମହାକାଶଯାନ କାର୍ଯ୍ୟକ୍ରମ ଗଗନଯାନ କାର୍ଯ୍ୟକ୍ରମ ଲାଗି ୧୦ ଜଣ କ୍ରୁ ମେମ୍ବର୍‌ ଚୟନ ଓ ତାଲିମ ଦେବା ଭାର ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଶେଷକୁ ଭାରତୀୟ ବାୟୁସେନାକୁ ଦେଇଛି।

ଇସ୍ରୋ ଅଧ୍ୟକ୍ଷ କେ ସିବନ କହନ୍ତି: କ୍ରୁ ଚୟନ ଓ ତାଲିମ ଲାଗି ଆମେ ସମସ୍ତ ଯୋଗ୍ୟତା ଏବଂ ଆବଶ୍ୟକତା ଧାର୍ଯ୍ୟ କରି ଭାରତୀୟ ବାୟୁସେନାକୁ ଦେଇଛୁ। କ୍ରୁ ଚୟନ ଏବଂ ତାଲିମ କାମ ସମ୍ପୂର୍ଣ୍ଣ ରୂପେ ବାୟୁସେନା ଜିମାରେ ଦିଆଯାଇଛି। କ୍ରୁ’ମାନଙ୍କ ତାଲିମର ପ୍ରଥମ ଦୁଇ ପର୍ଯ୍ୟାୟ ବେଙ୍ଗାଲୁରୁସ୍ଥିତ ବାୟୁସେନାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌ ଠାରେ ଓ ଚୂଡ଼ାନ୍ତ ପର୍ଯ୍ୟାୟ ବିଦେଶରେ କରାଯିବ।

ଆମେ ଚାହୁଁ ବାୟୁସେନା ଗଗନଯାନ ଅଭିଯାନ ଲାଗି ୧୦ ଜଣ ପ୍ରାର୍ଥୀଙ୍କୁ ତାଲିମ ଦେଉ। ସେମାନଙ୍କ ମଧ୍ୟରୁ ଆମେ ମହାକାଶ ଯାତ୍ରା ଲାଗି ତିନି ଜଣଙ୍କୁ ବାଛିବୁ। ବିଦେଶ ତାଲିମ ଲାଗି ରୁଷ୍‌ ଓ ଫ୍ରାନ୍‌ସ୍‌ ଆଦି ଦୁଇ ତିନିଟି ଦେଶ କଥା ଚିନ୍ତା କରାଯାଇଛି, କିନ୍ତୁ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe