ଚନ୍ଦ୍ରପୃଷ୍ଠରେ ଘର ତିଆରିବା ନେଇ ଇସ୍ରୋର ପ୍ରସ୍ତୁତି ଆରମ୍ଭ

ଚନ୍ଦ୍ରପୃଷ୍ଠରେ ଘର ତିଆରିବା ନେଇ ଇସ୍ରୋର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଳୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର - ଇସ୍ରୋ ଆଉ ଏକ ମାଇଲଖୁଂଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଚନ୍ଦ୍ରରେ ବାସସ୍ଥଳୀ ର୍ନିମାଣ ପାଇଁ ଆରମ୍ଭ ହୋଇଛି ଯୋଜନା। ଏଥିପାଇଁ ଚନ୍ଦ୍ର ପୃଷ୍ଠକୁ ରୋବର୍ଟ ଏବଂ ଥ୍ରିଡି ପ୍ରିଂଟର ପ୍ରେରଣ କରାଯିବ। ସେଠାରେ ସେମାନେ ଚନ୍ଦ୍ର ମାଟି ଓ ଅନ୍ୟ ସାମଗ୍ରୀ ବ୍ୟବହାର କରି ଏହି ଭଳି ବାସସ୍ଥଳୀ ର୍ନିମାଣ କରିବେ।

publive-image

ବର୍ତ୍ତମାନ ଏହି ର୍ନିମାଣ ନେଇ ୫ ପ୍ରକାର ଡିଜାଇନକୁ ନେଇ ପରୀକ୍ଷା ନିରୀକ୍ଷା କରାଯାଉଛି। ଏଥିପାଇଁ ଆବଶ୍ୟକ କୌଶଳ ପ୍ରୟୋଗ କରି ଖୁବ୍‌ ଶୀଘ୍ର ଚୂଡାନ୍ତ କରିବା ପାଇଁ ଉଦ୍ୟମ କରୁଛି ଇସ୍ରୋ। ତେବେ ଏହି ଚନ୍ଦ୍ର ଆବାସର ର୍ନିମାଣ ଇଗ୍ଳ ପରି ହେବ ବୋଲି ଇସ୍ରୋ ସାଟେଲାଇଟ୍‌ କେନ୍ଦ୍ରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଭାରତର ଆଂଟାର୍କଟିକା ଅଭିଯାନ ପରି ଚନ୍ଦ୍ରର ଏହି ଅଭିଯାନକୁ ଇସ୍ରୋ ଗ୍ରହଣ କରିଛି। ଏ ଚନ୍ଦ୍ରପରି ଏକ ଥଣ୍ଡା ଅଂଚଳରେ ଇଗ୍ଳ ପରି ର୍ନିମାଣ ହିଁ ଉଷ୍ମତା ଦେଇପାରିବ ଏବଂ ଏଠାରେ ରହି ଗବେଷଣା କରିହେବ ବୋଲି ଇସ୍ରୋ ପକ୍ଷରୁ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe