୨୦୨୦ ନଭେମ୍ବର ସୁଦ୍ଧା ୧୨୦ କୋଟି ଟଙ୍କାରେ ନିର୍ମିତ ନୂଆ ରକେଟ୍‌ ଉତ୍‌କ୍ଷେପଣ କରିବାକୁ ଯୋଜନା କରୁଛି ‘ଇସ୍ରୋ’

୨୦୨୦ ନଭେମ୍ବର ସୁଦ୍ଧା ୧୨୦ କୋଟି ଟଙ୍କାରେ ନିର୍ମିତ ନୂଆ ରକେଟ୍‌ ଉତ୍‌କ୍ଷେପଣ କରିବାକୁ ଯୋଜନା କରୁଛି ‘ଇସ୍ରୋ’

Image Courtesy of The Times of India

ଚେନ୍ନାଇ: ୨୦୨୦ ଡିସେମ୍ବର ପୂର୍ବରୁ ‘ଇସ୍ରୋ’ ତା’ର ନୂଆ ରକେଟ୍‌ ‘ସ୍ମଲ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ’ (ଏସ୍‌ଏସ୍‌ଏଲ୍‌ଭି) ଉତ୍‌କ୍ଷେପଣ ନିମନ୍ତେ କାର୍ଯ୍ୟ କରୁଥିବା କଥା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କଠିନ ଇନ୍ଧନ ଦ୍ବାରା ଉତ୍‌କ୍ଷେପଣ କରାଯାଉଥିବା ଏହି ରକେଟ୍‌ର ବୃହତ୍ତମ ମୋଟର୍ ଓ ବୁଷ୍ଟର୍‌ ମୋଟର୍‌ର ଆବଶ୍ୟକ ପରୀକ୍ଷା ଓ ଯାଞ୍ଚ ନଭେମ୍ବର ମାସରେ କରାଯିବ ବ‌ୋଲି ସେ କହିଛନ୍ତି।

‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ର ଅଂଶବିଶେଷ ‘ବିକ୍ରମ ସରାଭାଇ ମହାକାଶ‌ କେନ୍ଦ୍ର’ର ନିର୍ଦେଶକ ଏସ୍‌. ସୋମନାଥ ଗଣମାଧ୍ୟମକୁ କହିଛନ୍ତି, ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍ ଭେଇକ୍ଲ ସି୪୯’ ଉଡ଼ାଣ ପରେ ଶ୍ରୀହରିକୋଟାସ୍ଥିତ ପ୍ରଥମ ଲଞ୍ଚ୍ ପାଡ୍‌ରୁ ‘ଏସ୍‌ଏସ୍‌ଏଲ୍‌ଭି’ ଉତ୍‌କ୍ଷେପଣ କରାଯିବ। ‘ପିଏସ୍‌ଏଲ୍‌ଭି ସି୪୯’ଉଡ଼ାଣ ପରେ ‘ଏସ୍‌ଏସ୍‌ଏଲ୍‌ଭି’କୁ ସୁହାଇଲା ଭଳି ଲଞ୍ଚ୍‌ପ୍ୟାଡ୍‌ ସେଟ୍‌ ଅପ୍‌କୁ ପ୍ରସ୍ତୁତି କରିବାକୁ ପଡ଼ିବ।

publive-image Image Courtesy of News 18

ଆସନ୍ତା ମାସରେ କୌଣସି ଏକ ଦିନ ‘ପିଏସ୍‌ଏଲ୍‌ଭି ସି୪୯’ ପ୍ରାୟ ୧୦ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ। ଏହି ରକେଟ୍‌ରେ ଭାରତର ‘ରିସାଟ୍‌-୨ବିଆର୍‌୨’ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯିବ। ଏହାପରେ ଡିସେମ୍ବର ମାସରେ ‘ଜିସାଟ୍‌-୧୨ଆର୍‌’ ନେଇ ‘ପିଏସ୍‌ଏଲ୍‌ଭି ସି୫୦’ ଉତ୍‌‌କ୍ଷେପଣ ହେବ। ବିଭିନ୍ନ କେନ୍ଦ୍ରର କେତେକ ସିଷ୍ଟମ୍ ଅଣାଯାଇ ଶ୍ରୀହରିକୋଟାରେ ରକେଟ୍‌ ଖଞ୍ଜିବା କାର୍ଯ୍ୟ ଚାଲୁ ରହିଛି। ଏହା ଦ୍ବିତୀୟ ଲଞ୍ଚ୍‌ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯିବ ବୋଲି ସୋମନାଥ କହିଛନ୍ତି।

୩୪ ମିଟର୍ ଦୀର୍ଘ ଏହି ରକେଟ୍‌ ୧୨୦ ଟନ୍ ଓଜନ ଉତ୍ତୋଳନ କରିବ। ପୃଥକ୍ ପୃଥକ୍ କକ୍ଷପଥରେ ଏକାଧିକ ସାଟେଲାଇଟ୍‌ ସ୍ଥାପନ କରିବାରେ ଏହି ରକେଟ୍‌ର ସାମର୍ଥ୍ୟ ରହିଛି। ଏହି ରକେଟ୍ ନିର୍ମାଣରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ହୋଇଥିବା କଥା ସେ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe