ନୂଆଦିଲ୍ଲୀ: ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ (ଇଓଏସ୍-୦୬) ବା ଓସେନସାଟ୍-୩ ଓସେନ କଲର ମନିଟର (ଓସିଏମ୍) ବ୍ୟବହାର କରି ପୃଥିବୀର ବିରଳ ଚିତ୍ର ଉତ୍ତୋଳନ କରିଛି। ଭାରତର ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଅନୁଯାୟୀ ଏହି ଚିତ୍ରଗୁଡ଼ିକ ହେଉଛି ଉପଗ୍ରହ ତଥ୍ୟକୁ ଆଧାର କରି ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର (ଏନ୍ଆର୍ଏସ୍ସି) ଦ୍ବାରା ସୃଷ୍ଟ ମୋଜାଇକ। ପ୍ରତ୍ୟେକ ମୋଜାଇକରେ ୨,୯୩୯ଟି ଇମେଜ ରହିଛି। ଏଥିରୁ ଭାରତର ବିରଳ ଚିତ୍ର ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏହି ଛବିରେ ଅନ୍ୟ ଦେଶ ଓ ମହାଦେଶଗୁଡ଼ିକ ଭିନ୍ନ ରଙ୍ଗରେ ଚିହ୍ନିତ କରାଯାଇଛି।
ମହାକାଶରୁ ଭାରତର ବିରଳ ଚିତ୍ର ଛାଡ଼ିଲା ଇସ୍ରୋ
Advertisment
Follow Us