Image Courtesy of India Today
ବେଙ୍ଗାଲୁରୁ: ମହାକାଶଯାନ ‘ଜିଏସ୍ଏଲ୍ଭି-ଏଫ୍୧୦’ରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେବାରୁ ‘ଇସ୍ରୋ’ ‘ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ ଜିସାଟ୍-୧’ର ଉତ୍କ୍ଷେପଣ ସମୟ ନିର୍ଘଣ୍ଟ ବା ତାରିଖ ପରିବର୍ତ୍ତନ କରିଛି।
ପାଗଯୋଗକୁ ଚାହିଁ ମାର୍ଚ ୨୮ ତାରିଖ ଦିନ ଏହି କୃତ୍ରିମ ଉପଗ୍ରହଟିକୁ ଉତ୍କ୍ଷେପଣ କରିବା ଲାଗି ପୂର୍ବରୁ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ (ଇସ୍ରୋ) ବନ୍ଦୋବସ୍ତ କରିଥିଲା।
Image Courtesy of New Indian Expressସମ୍ପ୍ରତି ‘ଇସ୍ରୋ’ସୂତ୍ରରୁ ଜଣାପଡ଼ିଛି ଯେ, ଉପରୋକ୍ତ କୃତ୍ରିମ ଉପଗ୍ରହରେ ସାମାନ୍ୟ ସମସ୍ୟା ଉପୁଜିଛି। ଏପ୍ରିଲ୍ ୧୮ ତାରିଖରେ ତାହାକୁ ଉତ୍କ୍ଷେପଣ କରିବା ଲାଗି ଏବେ ଯୋଜନା କରାଯାଉଛି।
ମୂଳତଃ, ‘ଜିସାଟ୍-୧’କୁ ଚେନ୍ନାଇର ୧୦୦ କିଲୋମିଟର୍ ଉତ୍ତର ଦିଗରେ ଥିବା ଶ୍ରୀହରିକୋଟା ‘ସ୍ପେସ୍ପୋର୍ଟ’ରୁ ଗତବର୍ଷ ମାର୍ଚ ୫ ତାରିଖରେ ଉତ୍କ୍ଷେପଣ କରାଯିବାର ଯୋଜନା ଥିଲା। କିନ୍ତୁ, ବୈଷୟିକ ତ୍ରୁଟିବିଚ୍ୟୁତି ଯୋଗୁଁ ଦିନକ ପୂର୍ବରୁ ‘ଜିସାଟ୍-୧’ର ଉତ୍କ୍ଷେପଣ ସ୍ଥଗିତ ରଖାଯାଇଥିଲା।
କରୋନାଭାଇରସ୍ ପ୍ରାର୍ଦ୍ରୁଭାବଜନିତ ଲକ୍ଡାଉନ୍ କାରଣରୁ ସ୍ୱାଭାବିକ କାର୍ଯ୍ୟଧାରାରେ ବ୍ୟାଘାତ ସୃଷ୍ଟି ହେବାରୁ ୨,୨୬୮ କିଲୋ ଓଜନବିଶିଷ୍ଟ ‘ଜିସାଟ୍-୧’ ଉତ୍କ୍ଷେପଣ ବାଧାପ୍ରାପ୍ତ ହୋଇଥିବା କଥା ପୂର୍ବରୁ ‘ଇସ୍ରୋ’ କହିଥିଲା।
Follow Us