ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ବିମାନ ଏଏନ-୩୨ ଅରୁଣାଚଳ ପ୍ରଦେଶରୁ ନିଖୋଜ ହେବାର ୨୪ ଘଣ୍ଟା ଟପି ଯାଇଥିଲେ ମଧ୍ୟ ଏଯାବତ୍ ଏହାର ସନ୍ଧାନ ମିଳିପାରି ନାହିଁ।, ବାୟୁସେନା ଓ ସ୍ଥଳସେନାର ସ୍ବତନ୍ତ୍ର ଟିମ୍ ବିମାନକୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଏବେ ଏହି ଅପରେସନରେ ଇସ୍ରୋ ଉପଗ୍ରହକୁ ସାମିଲ କରାଯାଇଛି। ଇସ୍ରୋ ଦ୍ବାରା କକ୍ଷପଥରେ ଅବସ୍ଥାପିତ ରାଡାର ଇମେଜିଂ ସ୍ୟାଟେଲାଇଟ୍ (ଆରଆଇସ୍ୟାଟ୍ )ଗୁଡ଼ିକୁ ନିଖୋଜ ବିମାନକୁ ଠାବ କରିବା ଲାଗି ନିୟୋଜିତ କରାଯାଇଛି। ବିମାନଟି ଉଡାଣ କରିଥିବା ଅଞ୍ଚଳର ଫଟୋଚିତ୍ର ସ୍ୟାଟେଲାଇଟ୍ ଦ୍ବାରା ସଂଗ୍ରହ କରାଯାଉଛି। ଏଗୁଡ଼ିକୁ ଇସ୍ରୋର ବୈଜ୍ଞାନିକମାନେ ଯାଞ୍ଚ କରିବେ ଏବଂ ଏହାପରେ ବିମାନର ଅବସ୍ଥିତି ସଂପର୍କରେ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।
Scroll.inଅନ୍ୟ ପକ୍ଷରେ ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନରେ ଗୋଟିଏ ଲେଖାଏଁ ସି-୧୩୦ ଜେ ଓ ଏଏନ-୩୨ ବିମାନ ଏବଂ ଦୁଇଟି ଏମଆଇ-୧୭ ଚୋପର ମୁତୟନ କରାଯାଇଛି। ଏଥିସହ ସ୍ଥଳସେନା ପକ୍ଷରୁ ମଧ୍ୟ ହାଲୁକା ଲଢ଼ୁଆ ହେଲିକପ୍ଟର ସର୍ଚ୍ଚ ଅପରେସନରେ ନିୟୋଜିତ କରାଯାଇଛି।
ସୋମବାର ଆସାମର ଜୋରହାଟ ଏୟାର ବେସରୁ ବିମାନଟି ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା । ଏଥିରେ କ୍ରୁଙ୍କ ସମେତ ୧୩ ଜଣ ଥିଲେ। ସେନାବାହିନୀରେ ପରିବହନ ସେବା ଯୋଗାଉଥିବା ଏହି ଆଣ୍ଟୋନୋଭ ଏଏନ-୩୨ ନାମକ ବିମାନ ଅରୁଣାଚଳ ପ୍ରଦେଶର ମେଚୁକାକୁ ଯାତ୍ରା କରିବାର ଥିଲା। ଜୋରହାଟ ଏବଂ ମେଚୁକା ମଧ୍ୟରେ ବିମାନଟି ଯାତ୍ରା କରିବା ଲାଗି ପ୍ରାୟ ୫୦ ମିନିଟ ସମୟ ଲାଗିଥାଏ। କିନ୍ତୁ ଏହି ବିମାନ ସହିତ ଅପରାହ୍ଣ ୧ଟାରେ ଶେଷ ଥର ପାଇଁ ଏଟିସି ସହ ଯୋଗାଯୋଗ ହୋଇଥିଲା।
Follow Us